Puri News: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ – ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଭୟ ଭିତର ଓ ବାହାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି । ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି ଏବଂ ମୋଟ ୩୩୩ ଘଣ୍ଟାର ମରାମତି କାମ ରେକର୍ଡ ହୋଇଛି ।
ବାହାର ରତ୍ନଭଣ୍ଡାର ଦ୍ବାର ରୁପା ଛାଉଣୀ କାମ ଆରମ୍ଭ ସିରିଛି ଏବଂ ରତ୍ନ ସ୍ଥାନାନ୍ତର ଓ ଗଣତି ମଣତି ଶୀଘ୍ର ହେବା ଆଶା କରୁଛୁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ଗଣତି କେବେ ହେବ ଏନେଇ କୌଣସି ତାରିଖ ସ୍ଥିର ହୋଇ ନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ରତ୍ନଭଣ୍ଡାର ଚାବି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପରବର୍ତ୍ତୀ କାର୍ଯ୍ୟ ହେବ ବୋଲି ଅରବିନ୍ଦ କହିଛନ୍ତି ।
ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଠିକ୍ ନ ଥିଲା ମରାମତି ବେଳେ ୫୨୦ଟି ପଥର ବଦଳାଯାଇଛି । ସେମଧ୍ୟରୁ ଭିତରେ ୯ଟି ଓ ବାହାରେ ୬ଟି ଷ୍ଟେନଲେସ ଷ୍ଟିଲ୍ ବିମ୍ ଲାଗିଛି । ଚଟାଣଗୁଡ଼ିକ ଗ୍ରାନାଇଟ୍ ପଥରରେ ମରାମତି ହୋଇଛି ଯାହାକୁ ସ୍ଥାୟୀ ମରାମତି ହୋଇଛି ବୋଲି କୁହାଯାଇ ପାରିବ । ଏଥିସହ ଆଲୋକୀକରଣ ବ୍ୟବସ୍ଥା ବାକି ଅଛି ଯାହା ବିଶେଷଜ୍ଞ ନିଷ୍ପତ୍ତି ନେବେ ସେହି ଅନୁସାରେ କାମ ହେବ । ଭିତର ରତ୍ନଭଣ୍ଡାର ଗେଟ୍ ସୁନା ଆଚ୍ଛାଦିତ ପାଇଁ ଆଶିଷ କାମନା କରୁଛୁ ବୋଲି ଅରବିନ୍ଦ ପାଢୀ କହିଛନ୍ତି ।