ହଟିଲା କଟକଣା : ୨୧ରୁ ସାଧାରଣ କରିପାରିବେ ଜଗା ଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ଦର୍ଶନ ପାଇଁ କଟକଣା ହଟିଛି। ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ । ଏହି ନିୟମ ଆସନ୍ତା ୨୧ତାରିଖ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ପ୍ରକାଶ ଯେ, ପୁରୀରେ ଜଗନ୍ନାଥ ଦର୍ଶନ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ, ସିଡିଏମଓ, ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ସାମିଲ ଥିଲେ । ଆଲୋଚନାରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲା । କୋଭିଡ୍ ନେଗେଟିଭ ସାର୍ଟିଫିକେଟ ପାଇଁ ଦର୍ଶନାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ଆସିଥିଲା । ତେବେ ଆଜି ଆଜିର ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ , ଆସନ୍ତା ୨୧ରୁ ବିନା କୋଭିଡ଼ ରିପୋର୍ଟରେ ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ ଠାକୁରଙ୍କ କରିପାରିବେ ଦର୍ଶନ ।

ଅନ୍ୟପଟେ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍‌ କରାଯିବ । ଏହି ଲାଇନ୍‌ ଜରିଆରେ ସେମାନେ ଜଗନ୍ନାଥ ପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ୨୧ତାରିଖରୁ ପୁରୀ ସହରବାସୀ ଠାକୁର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

Leave a comment