ବିବାହ ବନ୍ଧନରେ ବାନ୍ଧି ହେଲେ ପୁରୀ ଗଜପତି ମହାରାଜାଙ୍କ କନିଷ୍ଠ କନ୍ୟା ଦେବେଶୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଦିବ୍ୟସିଂହ ଦେବଙ୍କ କନ୍ୟା ରାଜକୁମାରୀ ଦେବେଶୀଙ୍କ ଆସନ୍ତାକାଲି ହରିଆନାର ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ପୁଅ କୁମାର ଆଦିତ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପଶ୍ଚିମବଙ୍ଗ ବର୍ଦ୍ଧମାନର ମୂଳ ନିବାସୀ ବରପକ୍ଷ ପରିବାର ବର୍ତ୍ତମାନ ହରିଆନାର ଗୁରୁଗାଓଁରେ ରହୁଛନ୍ତି ।

 

 

କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ ହୋଇପାରି ନାହିଁ । ବିବାହ ଉତ୍ସବକୁ ବଛା ବଛା ମାନ୍ୟଗଣ ଅତିଥି ଆସିଥିଲେ । ଶ୍ରୀନଅରରେ ରାଜକୁମାରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।  ପୁରୀ ଶ୍ରୀନଅର ଠାରେ କୋଭିଡ୍‌ ମାର୍ଗଦର୍ଶିକା ପାଳନ ସହ ସୀମିତ ସେବକ ତଥା ଅତିଥିଙ୍କ ଏକ ଆଶୀର୍ବାଦ ସମାବେଶ ହୋଇଥିଲା ।

Leave a comment