ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ସୁରକ୍ଷା ବ୍ୟବସ୍ଥା କଡାକଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏଥର ବିନା ଭକ୍ତରେ ହେବ। ତେଣୁ ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ। ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା ହେବ। ମୋଟ୍ ୩୭ ପ୍ଲାଟୁନ୍ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ । ରାତି ଗୋଟାଏରୁ ମହାପ୍ରଭୁଙ୍କ ପହଣ୍ଡି ହେବ।

ରାତିପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମଗ୍ର ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି। ୨ ଜଣ କମାଡାଣ୍ଟ, ୬ ଜଣ ଅତିରିକ୍ତ ଏସପି, ୧୯ ଜଣ ଡ଼ିଏସପି, ୪୪ ଜଣ ଇନ୍ସପେକ୍ଟର, ୧୫୭ ଜଣ ଏସଆଇ/ଏଏସଆଇ, ୩୪ ଜଣ ହାବିଲଦାର, ୧୭୩ ଜଣ କନେଷ୍ଟବଳ, ୨୪ ଜଣ ଟ୍ରାଫିକ କନେଷ୍ଟବଳ, ୬୬୫ଜଣ ହୋମଗାର୍ଡ ଓ ୩୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ସ୍ନାନଯାତ୍ରା ପାଇଁ ବ୍ୟାପକ ସିସିଟିଭି କ୍ୟାମେରା ସହ ବିଭିନ୍ନ ସ୍ଥାନରେ ପ୍ରବେଶପଥ ରହିଛି। ପରିଚୟପତ୍ରଧାରୀ ସେବାୟତଙ୍କୁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ଛଡ଼ାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡଦାଣ୍ଡ, ବାଲିସାହିରୁ ଦୋଳମଣ୍ଡପ ସାହି, ବାଲିସାହିରୁ ଲୋକନାଥ ମନ୍ଦିର, ଲୋକନାଥ ମନ୍ଦିର ରାସ୍ତାରୁ ମଙ୍ଗଳାଘାଟ, ହସ୍ପିଟାଲ ଛକରୁ ସୁବାସ ବୋଷ ଛକ ଓ ପୁରୀର ପ୍ରବେଶ ପଥକୁ ୭ଟି ଜୋନରେ ଭାଗ କରାଯାଇଛି। ସ୍ବତନ୍ତ୍ର ଡ୍ରାଇଭ ପାର୍ଟ ସହ ୯ଟି ମୋବାଇଲ ପାର୍ଟ ମୁତୟନ ରହିବେ।

Leave a comment