ପୁରୀରେ ବିଜେଡିର ପ୍ରଶିକ୍ଷଣ ଶିବିର, ଯୁବ ଓ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ବିଜେଡିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର । ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସଭାପତି ବ୍ୟୋମକେଶ ରାୟ, ବିଜେଡି ସାଧାରଣ ସଂପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ। ବିଜୁ ଯୁବ ଓ ଛାତ୍ରମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।
ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ଆରମ୍ଭ ସ୍ୱତନ୍ତ୍ର ରଣନୀତି ହୋଇଥିବା ବେଳେ ପୁରୀରେ ଆଜି ଗର୍ଜିଛନ୍ତି ବିଜେଡିର ଯୁବ ଓ ଛାତ୍ର ନେତା। ରାଜ୍ୟ ସ୍ତରୀୟ ବିଜେଡି ଯୁବ ଏବଂ ଛାତ୍ର ସମାବେଶରେ ୩୫ଟି ସାଂଗଠନିକ, ଜିଲ୍ଲାର ସାଂଗଠନିକ ଯୁବ ଓ ଛାତ୍ର ନେତୃବୃନ୍ଦ ୩୧୪ଟି ବ୍ଲକର ପ୍ରତିନିଧି ଓ ୧୧୯ଟି ପୌରାଞ୍ଚଳର ଯୁବ କାର୍ଯ୍ଯକର୍ତ୍ତା ଓ ବିଜେଡି ଆଇଟି ସେଲର କାର୍ଯ୍ଯ କର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର କରାଯାଉଛି। ତେବେ ଆଜି କେବଳ ଯୁବ ବିଜେଡି ସମାବେଶ ଥିବା ବେଳେ ଆସନ୍ତାକାଲି ମାନେ ୨୭ରେ ରହିଛି ବିଜେଡି ଛାତ୍ର ସମାବେଶ। ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲି ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।