ପାଣି ବଦଳରେ ପାଣି ଦ୍ୱାରା ପ୍ରତିବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ମାର୍ଟସିଟି ଦୌଡ଼ରେ ଭୁବନେଶ୍ୱର ଯେତେ ଆଗକୁ ଦୌଡ଼ିବାକୁ ଚେଷ୍ଟା କରୁଛି ବର୍ଷା ଜଳ ତାକୁ ସେତିକି ପଛକୁ ଠେଲି ନେଉଛି। ଗତ ଦୁଇଦିନ ତଳେ ଘଣ୍ଟାକର ବର୍ଷାରେ ରାଜଧାନୀରେ ସୃଷ୍ଟି ହୋଇଥିଲା ନଦୀ ର ଭ୍ରମ। ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ସାମାନ୍ୟ ବର୍ଷାରେ ଇସ୍କନ ମନ୍ଦିର ଆଗରେ ଅଣ୍ଟା ରୁ ଅଧିକ ପାଣି ଜମି ଜମିଥିଲା । ଯାହାଦ୍ୱାରା ଅନେକ କାର,ଅଟୋ ଓ ବାଇକ ପାଣିରେ ବୁଡି ଯାଇଥିଲା ଓ ଅନେକ ସମୟ ଧରି ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଭୁବନେଶ୍ୱରରେ ଘଟିଥିବା ଏହି ଜଳବନ୍ଦୀକୁ ନେଇ ଆଜି କଂଗ୍ରେସ ତରଫ ରୁ କରାଯାଇଥିଲା ଅଭିନବ ପ୍ରତିବାଦ। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଭିତରେ ପାଣି ଢାଳି ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ। ଏପରି ପ୍ରତିବାଦ କରି ବର୍ଷା ଜଳ ନିଷ୍କାସନ ସମସ୍ୟାର ତୁରନ୍ତ ସମାଧାନ କରିବାପାଇଁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a comment