ସାର ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ସାର ଯୋଗାଇଦେବା ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ କୃଷକ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ସାରର ଘୋର ଅଭାବ ରହିଛି, କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି ସେଥିପାଇଁ ଆବଶ୍ୟକ ସାର ପାଇଁ ଦାବି କରି ଆସୁଛନ୍ତି ରାଜ୍ୟ ସରକାର ।

ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଅବହେଳାକୁ ଆସନ୍ତା ଦିନରେ ତୀବ୍ର ବିରୋଧ କରାଯିବ ବୋଲି ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ଆନ୍ଦୋଳନରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ରାଜେନ୍ଦ୍ର ସାହୁ ଓ ବିଧାୟକ ଗଣେଶ ଜଗଦେବ ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିରୋଧରେ ଦାବିପତ୍ର ଦେଇଛନ୍ତି ।

Leave a comment