ଜଗତ୍‌ସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀତ୍ବକୁ ବିରୋଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍‌ସିଂହପୁର ବିଧାନସଭା ଆସନରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଏହାପରେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସ (ଟିଟୁ)ଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଆଗରେ ଦଳୀୟ ପତାକା ପୋଡ଼ିବା ସହ ଟିଟୁଙ୍କ ସମର୍ଥକମାନେ ଦଳ ବିରୋଧୀ ନାରା ଦେଇଥିଲେ ।

ସେହିପରି ଅନ୍ୟ କେତେଜଣ ସମର୍ଥକ ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ସାଧାରଣ ନିର୍ବାଚନରେ ଟିଟୁ ଆଶାୟୀ ଥିବା ବେଳେ ସେତେବେଳେ ବିଜେଡି ବିଷ୍ଣୁ ଦାସଙ୍କୁ ଟିକେଟ ଦେଇଥିଲା । ଏଥର ମଧ୍ୟ ବିଜେଡି ଟିଟୁଙ୍କୁ ଟିକେଟ ନ ଦେଇ ଏରସମା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ଦେଇଥିବାରୁ ବହୁ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a comment