ୟୁପିରେ ପ୍ରଚାର ଆରମ୍ଭ କଲେ ପ୍ରିୟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରି ପ୍ରିୟଙ୍କା ପ୍ରଚାର କରିବେ । ଏଥିପାଇଁ ସେ ୪ ଦିନିଆ ୟୁପି ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେଠାରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ରୋଡ ଶୋ’ର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା । ଉତ୍ତରପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅବସରରେ ପ୍ରିୟଙ୍କାଙ୍କୁ ପପୁଙ୍କ ପପ୍ପି କହି ତାତ୍ସଲ୍ୟ କରିଛନ୍ତି ମହେଶ । ଦେଶର ଝିଅ ବା ମହିଳାଙ୍କୁ ନେଇ କୌଣସି ଆପତ୍ତିଜନକ ଶବ୍ଦ ପ୍ରୟୋଗ କଲେ ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ମହେଶ ଗତ ଜାନୁୟାରୀରେ କହିଥିବା ବେଳେ ସେ ନିଜେ ପ୍ରିୟଙ୍କାଙ୍କ ବିରୋଧରେ ଏଭଳି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି । ଏଥିସହ ସେ କହିଛନ୍ତି ପପୁ (ରାହୁଲ ଗାନ୍ଧୀ) କହୁଛନ୍ତି ପ୍ରଧାନମନ୍ତ୍ରୀ ହେବେ ଓ ଏବେ ତ ତାଙ୍କ ପପ୍ପି ବି ଆସିଗଲେଣି ବୋଲି କହିଛନ୍ତି ।