କଂଗ୍ରେସ ମହାସଚିବଙ୍କ ୩ ଦିନିଆ ୟୁପି ଗସ୍ତ, ଟାର୍ଗେଟରେ ଯୋଗୀ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ସମସ୍ତ ରାଜନୈତିକ ଦଳ ନିଜ ଅସ୍ତିତ୍ବ ଜାହିର କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ଅନ୍ୟ ଦଳ ପରି କଂଗ୍ରେସ ମଧ୍ୟ ୟୁପିରେ ନିଜ ସଙ୍ଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଲାଣି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ୩ ଦିନିଆ ଗସ୍ତରେ ଯାଇ ୟୁପିରେ ପହଞ୍ଚିଛନ୍ତି । ସେ ୧୮ ତାରିଖ ପର୍ଯ୍ୟନ୍ତ ୟୁପିରେ ରହିବେ ଓ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତିର ସମୀକ୍ଷା କରିବେ ।

୨୦୧୯ ସାଧାରଣ ନିର୍ବାଚନରେ ୟୁପିରେ କଂଗ୍ରେସର ପରାଜୟ କୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ପ୍ରତ୍ୟାବର୍ତ୍ତନ ପାଇଁ କିଛି ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏବଂ ପ୍ରିୟଙ୍କା ଙ୍କ ନିର୍ଦ୍ଦେଶରେ ଦଳ ନିର୍ବାଚନ ଲଢିବ ବୋଲି ଅନୁମାନ କରାଯାଉଛି । ଆଜି ପ୍ରିୟଙ୍କା ଗାନ୍ଧୀ ଲକ୍ଷନୌରେ ପହଂଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଯେଭଳି ଭାବେ କରୋନା ବିରୋଧୀ ଲଢେଇରେ ଯୋଗୀଙ୍କ ସଫଳତାକୁ ନେଇ ପ୍ରଶଂସା କରିଥିଲେ ତାହାକୁ ନେଇ ପ୍ରିୟଙ୍କା କହିଛନ୍ତି କି ପ୍ରଧାନମନ୍ତ୍ରୀ ଯେତେ ଲୁଚାଇଲେ ବି କରୋନା କାଳରେ ଯୋଗୀଙ୍କ ଅମାନବୀୟ ଶାସନର କ୍ରୁରତା କେବେ ବି ଲୁଚିବ ନାହିଁ ।

Leave a comment