ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବର୍ଷିଲେ ନନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ଆଜି ପ୍ରତାପ ଷଡ଼ଙ୍ଗୀ ନବୀନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କାହିଁକି କରାଇ ଦେଲେନି। ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁନି ରାଜ୍ୟ। ତେଣୁ ସ୍ୱତନ୍ତ୍ର ରାଜ୍ୟ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ଏନଡିଏ ସମୟରେ ୟୁପିଏ ଠାରୁ ୪ ଗୁଣା ଅଧିକ ଅନୁଦାନ ଓଡ଼ିଶା ପାଇଛି। କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି। ରାଜ୍ୟରେ ଉନ୍ନତିମୂଳକ କାମ ହୋଇନାହିିଁ। ଏହି ଉନ୍ନତିମୂଳକ କାମ ପାଇଁ ଆସିଥିବା ଅର୍ଥକୁ ହଡ଼ପ କରାଯାଇଛି ଓ ଏଥିରେ ବିଜେଡିର ଅଧିକ ସାଂସଦ ସମ୍ପୃକ୍ତ ଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

Leave a comment