ଆଳିରେ ବିଜେଡିରୁ ପ୍ରତାପ ଦେବ, କଂଗ୍ରେସରୁ ଦେବେନ୍ଦ୍ର ଶର୍ମା ଓ ବିଜେପିରୁ ଦୋଳଗୋବିନ୍ଦ ନାୟକ, ୩ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସାଧରଣ ନିର୍ବାଚନକୁ ମିଶାଇ ତୃତୀୟ ଥର ପାଇଁ ୩ ପ୍ରମୁଖ ଦଳର ୩ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିର୍ବାଚନ ଲଢ଼ୁଥିବା ଦେଖାଯାଇଛି । ରାଜ୍ୟସଭା ସଦସ୍ୟ ପ୍ରତାପ ଦେବଙ୍କୁ ବିଜେଡି ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କୁ ଟିକେଟ ଦେଇଛି । ସେହିପରି କଂଗ୍ରେସ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଏମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଏଥର ଏମାନେ ଏକାଠି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୨୦୦୦ ମସିହା ସାଧାରଣ ନିର୍ବାଚନ ପରଠାରୁ ପ୍ରତାପ ଲଗାତାର ୩ ଥର ବିଧାୟକ ହୋଇଥିବା ବେଳେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ହାରିଥିଲେ । ମାତ୍ର ଏହାପରଠୁ ଦଳୀୟ କର୍ମୀଙ୍କୁ ଏକାଠି କରି ପ୍ରତାପ ସଂଗଠନ ସୁଦୃଢ଼ କରିବାକୁ ଚେଷ୍ଟା ଚଳାଇଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକରେ ବିଜେପିର ସ୍ଥିତି ସେତେ ସୁଦୃଢ଼ ନ ଥିବା ବେଳେ ଏଥର କିନ୍ତୁ ରାଜ୍ୟରେ ବିଜେପିର ହାଓ୍ବା ଥିବାରୁ ରାଜନୈତିକ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

Leave a comment