ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଦେଶର ଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶର ଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ଓଡିଶାର ଦୁଇ ବିଧାୟକ । ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଜେଡିର ସଙ୍ଗଠନ ସଂପାଦକ ଦାୟୀତ୍ବରେ ଥିବା ପ୍ରଣବ ପ୍ରକାଶ ଯୁବ ବିଧାୟକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ଓ ଲୋକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ କାମକରିବା ଲାଗି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଧାନସଭାରେ ଦକ୍ଷତା ପ୍ରଦର୍ଶନ ଆଧାରରେତାରାଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଫେମ ଇଣ୍ଡିଆ ଓ ଏସିଆ ଫୋଷ୍ଟ ପକ୍ଷରୁ ଦେଶର ୩ହଜାର ୯ଶହ ୫୮ ବିଧାୟଙ୍କ କାଯ୍ୟଦକ୍ଷତାକୁ ନେଇ ବିଧାୟକ ମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଏହି ସର୍ଭେ ମୁଖତଃ ଷ୍ଟେକ୍ ହେ।ଲ୍ଡ, ଅନଲାଇନ୍ ତଥା ଡାଟା ଆନାଲିସିସି ଦ୍ବାରା କରାଯାଇଛି । ବିଧାୟକ ମାନଙ୍କଲେ।କପ୍ରିୟତା କାର୍ଯ୍ୟଶୈଳୀ, ପ୍ରତିବଦ୍ଧତା, ସାମାଜିକ ସେବା ,ପ୍ରଭାବ,ଲେ।କଙ୍କ ସହ ସମ୍ପର୍କ, ଜନହିତ କାର୍ଯ୍ୟ ସହ ଶୂନ୍ୟକାଳରେ ଧାନାକର୍ଷଣ ପ୍ରସ୍ତାବ, ବିଧାନସଭାରେ ନିଜସ୍ବ ଯୁକ୍ତି ଓ ଉପସ୍ଥିତି ରିପେ।ର୍ଟ ଆଧାରରେ ୫୦ ବିଧାୟକଙ୍କୁ ଚୟନ କରାଯାଇଛି । ସେହିପରି କଂଗ୍ରେସ ଜୟୀପୁର ବିଧାୟକ ତାରା ପ୍ରସାଦ ବାହିନିପତି ବି ଏହି ତାଲିକାରେ ଅଛନ୍ତି ।