ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛି ଏଥିରେ କିଛି ଭୁଲ୍‌ ନାହିଁ : ପ୍ରମିଳା

0

ମୋ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଆଗକୁ କୌଣସି ଅସୁବିଧା ହେଲେ ଶୁଣିବି ନାହିଁ ବୋଲି ଜନତାଙ୍କୁ ଧମକ ଦେଇଥିଲେ ବିଞ୍ଝାପୁର ବିଧାୟିକା ପ୍ରମିଳା ମଲ୍ଲିକ । ଏହି ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ, ଆମ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛି ଏଥିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି ।
ବିଞ୍ଝାପୁର ଥାନା ଅଳକୁଣ୍ଡ ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ପ୍ରମିଳା ଭୋଟ ଭିକ୍ଷା କରିଥିଲେ । ଏହି ସମୟରେ ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବିଜେଡ଼ି ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ କୌଣସି କଥା ବୁଝିବି ନାହିଁ । ମୁଁ ପ୍ରାର୍ଥୀ ଠିଆ କରାଇଛି, ମନକୁ କରନି । ଯଦି ମାଛ ଚିହ୍ନରେ ଭୋଟ ନଦିଅନ୍ତି, ତେବେ ଆଗକୁ ଇନ୍ଦିରାବାସ ନହେଲା, ଗୁହାଳ ନହେଲା, ରାସ୍ତା ନହେଲା ଚାଉଳ ନହେଲା ଆଉ ମୋତେ କହିବେ ନାହିଁ ବୋଲି କହିଥିଲେ ପ୍ରମିଳା । ଏହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave a comment