ଲଣ୍ଡା ହେଲେ ମହିଳା ପୋଲିସ ଅଫିସର ଭାଇରଲ ହେଲା ଫଟୋ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ନିଜ ଅପେକ୍ଷା ପର ପାଇଁ ଚିନ୍ତା କରୁଥିବା ଲୋକ ବହୁତ କମ ଥାଆନ୍ତି । ସେ ଭିତରୁ ଜଣେ ମହିଳା ହେଲେ ଅପର୍ଣ୍ଣା ଲବକୁମାର । ସୋଶାଲ୍‌ ମିଡିଆରେ ଚାରିଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଅପର୍ଣ୍ଣା ଜଣେ ସାଧାରଣ ମହିଳା ନୁହନ୍ତି କେରଳ ତ୍ରିଶୁର ଜିଲ୍ଲାର ଡରିନଜାଲକୁଡା ପୁଲିସ୍‌ ଅଫିସର ।

କ୍ୟାନସର୍‌ ରୋଗୀଙ୍କ ପାଇଁ ଅପର୍ଣ୍ଣା ଲଣ୍ଡା ହୋଇଯାଇଛନ୍ତି ଓ ସେ ତାଙ୍କର ସମସ୍ତ ଚୁଟି କ୍ୟାନସର୍‌ ରୋଗୀଙ୍କ ୱିଗ୍‌ ତିଆରି କରିବା ପାଇଁ ଦାନ କରିଛନ୍ତି । ଅପର୍ଣ୍ଣାଙ୍କର ଲଣ୍ଡା ହେବା ପରେ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲେ । ଆଉ ତା’ ପରେ ଜଣେ ମହିଳା ପୋଲିସ ଅଫିସର ଏଭଳି ପରଉପକାରୀ କାର୍ଯ୍ୟ ଦେଖି ସୋଶାଲ୍‌ ମିଡିଆରେ ପ୍ରଶଂସାର ସୁଅ ଛୁଟିଥିଲା । ଖାଲି ଏତିକି ନୁହେଁ ବରଂ ତାଙ୍କର ଏ ଭଳି ପରଉପକାରୀ କାର୍ଯ୍ୟ ଆଗରୁ ଅନେକ ଉଧାରଣ ରହିଛି । ଅପର୍ଣ୍ଣା କହିଛନ୍ତି, “ବର୍ଷେ କି ଦୁଇ ବର୍ଷରେ ମୋ କେଶ ପୁଣି ଥରେ ଉଠିଯିବ । ବାହାର ସୌନ୍ଦର୍ଯ୍ୟରେ କ’ଣ ଅଛି? ମଣିଷ ଭିତରୁ ସୁନ୍ଦର ହେବା ଦରକାର । ମଣିଷର ସେବା ମନୋବୃତ୍ତିର ହେବା ଦରକାର ଏବଂ ସମସ୍ତଙ୍କର କାମ ଉଚ୍ଚକୋଟୀର ହେବା ଆବଶ୍ୟକ ।” ପ୍ରଥମ ଥର ପାଇଁ ଅପର୍ଣ୍ଣା ଏମିତି ନିଃସ୍ୱାର୍ଥପର କାମ କରିନାହାନ୍ତି। ଦଶ ବର୍ଷ ପୂର୍ବେ ସେ ତାଙ୍କର ତିନୋଟି ସୁନା ଚୁଡ଼ିକୁ ଗୋଟିଏ ପରିବାରକୁ ଦାନ କରି ଦେଇଥିଲେ । କାରଣ ଉକ୍ତ ପରିବାରକୁ ୬୦,୦୦୦ଟଙ୍କାର ହସ୍ପିଟାଲ୍‌ ବିଲ୍‌ ପଇଠ କରିବାର ଥିଲା ।

Leave a comment