କମିଶନରଙ୍କ ଆଚରଣ ଓ ଉଚ୍ଚାରଣକୁ ପସନ୍ଦ କରୁନି ବିଜେଡି ରାଜ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jan 4, 2020 0 Share ଓଡିଶା ଫାଷ୍ଟ ( ବ୍ୟୁରୋ) : ପୁଲିସ କମିଶନର ଶୁଧାଂଶୁ ଷଡଙ୍ଗୀଙ୍କ ଆଚରଣ ଓ ଉଚ୍ଚାରଣ ବିଜେଡି ନେତାଙ୍କୁ ପସନ୍ଦ ଆସୁନାହିଁ । ଏମିତିକି ତାଙ୍କ କାମରେ ସନ୍ତୁଷ୍ଟ ନଥିବା କହିଛନ୍ତି । ରାଜମହଲ ଛକରେ ଟ୍ରାଫିକ ନିୟମକୁ ନେଇ ଜନତା ଓ ପୁଲିସ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ପାଇଁ ସରକାର ତାଙ୍କୁ ଦାୟୀ କରିଥିଲେ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ମୁଖ୍ୟମତ୍ରୀ ବିରକ୍ତି ପ୍ରକାଶ କରିଥିଲେ । ନିକଟରେ ରୋଡ ରୋମିଓଙ୍କୁ ସାବାଡ଼ କରିବାକୁ 3 ତାରିଖର କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର 30 ଅନୁଷ୍ଠାନରୁ 246 ଜଣ ଯୁବତୀଙ୍କୁ ଏସପିଓ(ସ୍ୱତନ୍ତ୍ର ପୁଲିସ ଅଫିସର) ଭାବେ ନିଯୁକ୍ତି ଦିଆଗଲା । ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ରରେ ମହିଳାମାନେ ସାମନା କରୁଥିବା ଅତ୍ୟାଚାରର ଦମନ ପାଇଁ ସେମାନଙ୍କୁ ପୁଲିସ କ୍ଷମତା ଦିଆଗଲା । ‘ୱିମେନ୍ ଏମପାୱାରମେଣ୍ଟ ଫର୍ ଜେଣ୍ଡର ସେନସିଟିଭି ପୁଲିସିଂ’ କାର୍ଯ୍ୟକ୍ରମ ଜରିଆରେ ଏହି ବ୍ୟବସ୍ଥା ହୋଇଥିବା କୁହାଗଲା । କମିଶନରେଟ୍ ପୁଲିସର ଆଖି ଓ କାନ ଭାବେ ସେମାନେ କାମ କରିବେ ବୋଲି କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । Related Posts ଭାରତର ଅଭିବୃଦ୍ଧି ଆକାଶରେ ବିସିପିପିଇଆର ହେବ… Feb 8, 2026 ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର… Feb 8, 2026 ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଷଡଙ୍ଗୀ କହିଥିଲେ ଯଦି ପୁଅ ରୋଷେଇ କରିଜାଣନ୍ତି ନି ତେବେ ଝିଅମାନେ ତାଙ୍କୁ ବାହା ହୁଅନି। କମିଶନରଙ୍କ ବକ୍ତବ୍ୟର ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସୋସିଆଲ୍ ମିଡ଼ିଆରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଉଛି । ବିଜେଡ଼ି ମୁଖପାତ୍ର ଡ. ଲେନିନ୍ ମହାନ୍ତି ମହିଳା ଏସପିଓ ନିଯୁକ୍ତି ଏବଂ କମିଶନରଙ୍କ ରୋଷେଇ ଉକ୍ତିକୁ ସମାଲୋଚନା କରିବା ସହ କାହିଁକି ଖାଲି ମହିଳା ଏସପିଓ ନିଯୁକ୍ତି ବୋଲି ପ୍ରଶ୍ନ କରିଛନ୍ତି । ଲିଙ୍ଗଗତ ସମାନତା କୁହାଯାଉଥିବା ବେଳେ କମିଶନରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି । କମିଶନରଙ୍କ ରୋଷେଇ ଉକ୍ତିକୁ ସମାଲୋଚନା କରି କହିଛନ୍ତି, ଯେଉଁ ପୁରୁଷ ରୋଷେଇ ଶିଖିନି, ତା ମାନେ ସିଏ ମହିଳାଙ୍କୁ କ’ଣ ସମ୍ମାନ ଦିଏନି? ଏହି ବାର୍ତ୍ତା ସମାଜକୁ ସଂଗଠିତ କରିବନି, ପରନ୍ତୁ ଭାଙ୍ଗିଦେବ ବୋଲି ସତର୍କ କରାଇଥିଲେ । ତେଣୁ କମିଶନରଙ୍କ ଚାକିରି ଯେ କେତେବେଳେ ଚାଲିଯାଇପାରେ କହିହେବନାହିଁ। Police commissionerState 0 Share FacebookTwitterGoogle+ReddItWhatsAppPinterestEmail