ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଶପଥପାଠ କରାଇଛନ୍ତି । ପ୍ରଧାମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ଶପଥଗ୍ରହଣ ସମାରୋହକୁ ମୋଦିଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇ ନଥିଲା । ମୋଦିଙ୍କ ମା’ ଅହମ୍ମଦାବାଦଠାରେ ଟିଭିରେ ମୋଦିଙ୍କ ଶପଥଗ୍ରହଣ ସମାରୋହ ଦେଖିଛନ୍ତି ।

ସେହିପରି ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥ ଗ୍ରହଣ କରାଇଛନ୍ତି । ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଫଗନ ସିଂହ କୁଲସ୍ତେ, ଅଶ୍ୱିନୀ କୁମାର ଚୋବେ, ଅର୍ଜୁନ ସିଂହ ମେଘୱାଲ, ଜେନେରାଲ ଭିକେ ସିଂହ, କ୍ରିଷ୍ଣପାଲ ଗୁଜରାର, ରାଓଶାହେବ ଡାଣ୍ଡଭେ, ଜି କ୍ରିଷ୍ଣା ରେଡ୍ଡୀ, ପୁରୁଷୋତ୍ତମ ରୁପାଲା, ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆର ରାମଦାସ ଆଠୱାଲେ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ବାବୁଲ ସୁପ୍ରିୟୋ, ଡ. ସଞ୍ଜୀବ କୁମାର ବାଲିୟାନ, ସଞ୍ଜୟ ଧୋତ୍ରେ, ଅନୁରାଗ ଠାକୁର, ସୁରେଶ ଅଙ୍ଗାଡି,  ନିତ୍ୟାନନ୍ଦ ରାୟ, ରତନଲାଲ କଟାରିୟା, ବି ମୁରଲୀଧରନ, ରେଣୁକା ସିଂହ ସରୁତା, ସୋମ ପ୍ରକାଶ, ରାମେଶ୍ୱର ତେଲି, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କୈଳାସ ଚୌଧୁରୀ ଓ ଦେବଶ୍ରୀ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି ।

ପ୍ରଥମ ଥର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି । ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ରଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ ନୂଆ ଚେହେରା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରିଛନ୍ତି ମୋଦି ।

Leave a comment