ମୋଦିଙ୍କ ଜନ୍ମଦିନରେ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ସଂକଳ୍ପ ନେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସମଗ୍ର ଦେଶରେ ବଜେପି କର୍ମକର୍ତ୍ତା ଓ ନେତାଙ୍କ ଦ୍ୱାରା ଲୋକପ୍ରିୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୬୯ ତମ ଜନ୍ମଦିନ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗର ସ୍ଥିତ ଉକ୍ରଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ରାଜ୍ୟ ବିଜେପି ନେତୃବୃନ୍ଦ ଛେନା ପୋଡ କାଟିବା ସହ ଚକୋଲେଟ ବାଣ୍ଟି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିଥିଲେ ।

ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭବାନ ହୋଇଛନ୍ତି । ସେଥିପାଇଁ ଦେଶବ୍ୟାପୀ ମୋଦିଜୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଆଜି ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଞ୍ଜିତ ଦାସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଥରେ ମାତ୍ର ବ୍ୟବହୃତ ହେଉଥିବା ତଥା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ । ଏହାସହ ବୃକ୍ଷ ରୋପଣ , ଟ୍ରାଫିକ ନିୟମ ପାଳନ, ସୌରଶକ୍ତି ବ୍ୟବହାର, ସ୍ୱଚ୍ଛତା, ଗରୀବ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ସଂକଳ୍ପ ନିଆଯାଇଥିଲା ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମଦିନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ, ମନୋରଞ୍ଜନ ସ୍ୱାଇଁ, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment