ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଟାଲିର ନାପୋଲିଠାରେ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତୀ ଚାନ୍ଦ । ଏ ନେଇ ଦୂତୀଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା ଜଣେ ବିରଳ ପ୍ରତିଭାବାନ ଆଥଲେଟଙ୍କ ଅନନ୍ୟ ସଫଳତା । ମହିଳା ୧୦୦ ମିଟର ଦୗେଡ଼ରେ ନିଜର କମାଲ ଦେଖାଇ ସେ କଠିନ ବିଜୟ ହାସଲ କରିଛନ୍ତି । ଦୂତି ଭାରତକୁ ଗୌରାବନ୍ବିତ କରିଛନ୍ତି ବୋଲି ମୋଦି ଲେଖିଛନ୍ତି ।

ସୂଚନାଯୋଗ୍ୟ, ଦୂତି ଇଟାଲୀରେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦଉଡ଼ରେ କମାଲ ଦେଖାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା‌ ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ହେଉଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି । ଏହି ସଫଳତା ସମ୍ପର୍କରେ ଦୂତୀ କହିଛନ୍ତି, ଖେଳ ଜୀବନର ୧୫ ବର୍ଷର କ୍ୟାରିୟରରେ ପ୍ରଥମଥରପାଇଁ ଏପରି ଏକ ସଫଳତା ପାଇ ମୁଁ ବହୁତ ଖୁସି । ସ୍ବର୍ଣ୍ଣ ପଦକ ପାଇଲି ଏବଂ ବିଶ୍ୱର ନମ୍ବରଓ୍ବାନ ହୋଇ ପାରିଲି । ଏହା ମୋ ପାଇଁ ବହୁତ ବଡ଼ ସଫଳତା ବୋଲି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । 

Leave a comment