ମୋଦିଙ୍କ ବଡ଼ ଘୋଷଣା : ସମସ୍ତଙ୍କୁ ମାଗଣା ଟିକା ଓ ରାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶର ସମସ୍ତ ୧୮ ବର୍ଷ ରୁ ଅଧିକ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ପ୍ରଦାନ କରିବେ । ରାଜ୍ୟଗୁଡ଼ିକୁ ଟିକାପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଦେଶ ଉଦେ୍ଧଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଏହା କହିଛନ୍ତି ।

ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭାବେ ପ୍ରସ୍ତୁତି ଜାରିରହିଛି। ପୂର୍ବରୁ ଭାରତକୁ ବିଦେଶରୁ ଟିକା ଆଣିବା ପାଇଁ ଦଶନ୍ଧି ଦଶନ୍ଧି ଲାଗୁଥିଲା । କିନ୍ତୁ ଏବେ ଆମେ ଟିକା ଉତ୍ପାଦନ କରିପାରିଛୁ । ବିଦେଶରୁ ବି ଟିକା ଆଣିପାରିଛୁ । ମିଶନ ଇନ୍ଦ୍ରଧନୁଷ ଜରିଆରେ ଯୁଦ୍ଧକାଳୀନ ଭିତିରେ ଟୀକାକରଣ କରାଯାଉଛି । ଗରିବଙ୍କୁ ଟିକା ଦେବା ଆମର ପ୍ରାଥମିକତା । ଶତ ପ୍ରତିଶତ ଟିକାଦାନ ପ୍ରକ୍ରିୟା ଜାରି ରହିଥିବାବେଳେ କରୋନା ସଂକ୍ରମଣ ବାଧକ ସୃଷ୍ଟି କରିଛି । ଦେଶରେ ୨୩ କୋଟି କରୋନା ଟିକା ଦିଆସରିଛି । ସେହିଭଳି
କରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ମାଗଣା ରାସନ ପ୍ରଦାନ କରୁଥିଲେ । ଏହି ଯୋଜନା ଆଗାମୀ ନଭେମ୍ବର ମାସ ପର୍ଯ୍ୟନ୍ତ ବି ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଦେଶର ୮୦ କୋଟି ଲୋକ ଲାଭ ପାଇପାରିବେ।

Leave a comment