ରିତସିକା ଫାଉଣ୍ଡେସନ ପକ୍ଷରୁ ଜଙ୍ଗଲ ଓ ପରିବେଶ ରକ୍ଷଣା ବେକ୍ଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରିତସିକା ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ ବନମହୋତ୍ସବ ୨୦୨୫ ତଥା “ଏକ ପେଡ୍ ମା କେ ନାମ” ପ୍ରକଳ୍ପକୁ ଆଧାର କରି ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ରୋପଣ କରାଯାଇଅଛି । ଫାଉଣ୍ଡେସନର ସଭାପତି ଶ୍ରୀମତୀ ଦେବସ୍ମିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ବରର ଟଙ୍କପାଣି ରୋଡ ସ୍ଥିତ ଶ୍ରୀ ଜଗନ୍ନାଥ ଆଶ୍ରମ ପରିସରରେ ଆୟୋଯିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆଶ୍ରମର କର୍ମକର୍ତ୍ତା ଓ ଆୟୋଜକମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ୨୦/୦୭/୨୦୨୫ ଅନୁଷ୍ଠିତ କରାଯାଇଥିଲା ।

ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଫୁଲଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର କର୍ମକର୍ତ୍ତା ଶ୍ରୀ ସାଇକଲ୍ୟାଣ ସାହୁ, ଶ୍ରୀ ପ୍ରେମସାଇ ପାତ୍ର ପରିଚାଳନା କରିଥିଲେ । ଆଗାମୀ ଦିନରେ ପୁନଶ୍ଚ ପୃଥିବୀ ପ୍ରୟାସରେ ବୃକ୍ଷ ରୋପଣ ତଥା ଜଙ୍ଗଲ ସୃଷ୍ଟି କାର୍ଯ୍ୟକ୍ରମ ଗୁଡ଼ିକ ହାତକୁ ନିଆଯିବାର ଲକ୍ଷ ରଖିଥିବା ଫାଉଣ୍ଡେସନର ସଭାପତି ସୂଚନା ଦେଇଛନ୍ତି ।

Leave a comment