ପାକିସ୍ତାନରେ ଅବତରଣ ପୂର୍ବରୁ ଖସି ପଡ଼ିଲା ବିମାନ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି ଦୁର୍ଘଟଣାର ଶିକାର ହୋଇଛି। ଲାହୋରରୁ କରାଚି ଆସୁଥିଲା ଏହି ବିମାନ। ଅବତରଣ କରିବାର କିଛି ସମୟ ପୂର୍ବରୁ କରାଚି ବିମାନ ବନ୍ଦର ପାଖରେ ଥିବା ଏକ ଆବାସିକ ଅଞ୍ଚଳରେ ବିମାନଟି ଖସି ପଡ଼ିଛି। ବିମାନରେ ଯାତ୍ରୀ ଏବଂ କର୍ମଚାରୀଙ୍କୁ ମିଶାଇ ୧୦୭ ଜଣ ଥିବା ଜଣାପଡ଼ିଛି।

ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସର ମୁଖପାତ୍ର ଅବଦୁଲ ସତ୍ତାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଜିଓ ନ୍ୟୁଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ବିମାନଟି ଖସି ପଡ଼ିବା ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁ ହୋଇଯାଇଛି।

ଯେଉଁ ସ୍ଥାନରେ ବିମାନଟି ଖସି ପଡ଼ିଛି ତାହା ଆବାସିକ ସ୍ଥାନ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି। କରାଚିରେ ବିମାନଟି ଅବତରଣ କରିବାର ଗୋଟିଏ ମିନିଟ୍ ପୂର୍ବରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

Leave a comment