ଉଡାଣ ଭରିବାକୁ ପ୍ରସ୍ତୁତି ସମୟରେ ବିମାନ ଦୁର୍ଘଟଣା ଗ୍ରସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣିଟାଙ୍କର ସହ ପିଟିହେଲା କତାର ଏୟାର ୱେଜର ଦୋହା ବିମାନ । ସୌଭାଗ୍ୟ ବଶତଃ ଏକ ବଡ ଦୁର୍ଘଟଣାରୁ ଏହି ବିମାନଟି ବର୍ତ୍ତି ଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ କତାର ଏୟାରୱେଜର ଦୋହା ବିମାନ ଉଡାଣ ଭରିବା କରିବା ସମୟରେ ପାଣି ଟ୍ୟାଙ୍କର ସହ ପିଟି ହୋଇଥିଲା ।ପାଣି ଟାଙ୍କର ସହ ପିଟି ହେବାରୁ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଆଜି ୨.୩୦ ମିନିଟରେ ୧୦୦ ଯାତ୍ରୀ ଥିବା କତାର ଏୟାରୱେଜର ଏକ ବିମାନ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ନିମନ୍ତେ ପ୍ରସ୍ତୁତ ହେଉଥିବା ସମୟରେ ଗୋଟାଏ ପାଣି ଟ୍ୟାଙ୍କର ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବିମାନର କିଛି ଅଂଶ ନଷ୍ଟ ହୋଇ ଯାଇଥିଲା । ଫଳରେ ସେଥିରେ ଥିବା ଯାତ୍ରୀ ମାନଙ୍କୁ ବିମାନ ବନ୍ଦର ନିକଟରେ ଥିବା ହୋଟେଲ କୁ ସ୍ଥାନାନ୍ତର କରାଯାଇଥିଲା । ସେମାନେ ଆସନ୍ତା କାଲି ସକାଳ ୩.୦୦ ଟା ବିମାନରେ ଉଡାଣ ଭରିବା ବ୍ୟବସ୍ଥା କରାଯାଇଛି । ଏହି ଦୁର୍ଘଟଣା ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ୱାଟର ଟ୍ୟାଙ୍କରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଛି । ୱାଟର ଟ୍ୟାଙ୍କର ବ୍ରେକ ଠିକରେ କାମ କରୁନଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଚାଲିଛି ।