ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମ୍ବିତଙ୍କୁ ପିନାକୀଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମ୍ବିତ ପାତ୍ରାଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଟାକ୍ଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆର ସର୍ଭେ ପ୍ରସଙ୍ଗରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିଜେପି ନେତା ସମ୍ବିତ ପାତ୍ରା ।
ସମ୍ବିତଙ୍କ ଟାର୍ଗେଟ ପରେ ଜବାବ ରଖିଛନ୍ତି ପିନାକୀ । ସେ ଟୁଇଟ କରି ସମ୍ବିତଙ୍କୁ କଟାକ୍ଷ କରିଛନ୍ତି । ସେ ସମ୍ବିତଙ୍କୁ ଅଧିକ ଜ୍ଞାନ ଆରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଦ୍ୱିତିୟ ଥର ଜିପିଆର ସର୍ଭେ ପାଇଁ ଆଇନରେ ପ୍ରତିବନ୍ଧକ ଥିବ । ଆଇନ ବିଶାରଦ ଶ୍ରୀଯୁକ୍ତ ପାତ୍ରା ଏ ବିଷୟରେ ନିଶ୍ଚୟ ଜାଣିଥିବେ । ନିସନ୍ଦେଦରେ ସେ ଆମକୁ ଜ୍ଞାନ ଦେବେ।