ପେଟ୍ରୋଲ ପମ୍ପରେ ବିସ୍ଫୋରଣର ବିସ୍ଫୋରକ ତଥ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ଛାତି ଥରାଇଲା ବିସ୍ଫୋରଣର ତଦନ୍ତ ରିପୋର୍ଟ ଆସିଯାଇଛି । ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ତଦନ୍ତ ସମୟରେ ଜଣା ପଡିଛି ବିସ୍ଫୋରଣର କାରଣ । ଗତକାଲି ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ଅନୁଯାୟୀ, ବ୍ଲାଷ୍ଟ ବେଳେ ସାଢେ ୪ ଟନ୍ ଏଲପିଜି ଥିଲା ଏବଂ ୧୦ ହଜାର ଲିଟର ପାଣି ଥିଲା । ଟାଙ୍କିରେ ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା । ତାପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହୋଇଥିଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଂ ହୋଇଥିଲା, ସେତେବେଳେ ଲିକ୍ ହୋଇ ବ୍ଲାଷ୍ଟ ହୋଇଥିଲା । ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ଏନେଇ ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ବିଭାଗ ତଦନ୍ତ ଆରମ୍ଭ କରି ସାରିଛି । ଫିଲିଂ ଷ୍ଟେସନ ପରିସରରେ ତଦନ୍ତ ଚାଲିଛି । ମୃତକଙ୍କ ବାବଦରେ ମଧ୍ୟ ତଦନ୍ତ କରାଯାଉଛି । ଆହତ ଲୋକଙ୍କୁ ଚିକିତ୍ସା ପରେ ପଚରାଉଚରା କରାଯିବ ।

Leave a comment