୧୯ରେ ପାଟକୁରା ନିର୍ବାଚନ, ପଢନ୍ତୁ କିଏ ହେବ ବିଜେଡି ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ରେ ହେବ ପାଟକୁରା ନିର୍ବାଚନ । ଏନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ପଟକୁରରୁ ବିଜେଡିର ନୂତନ ପ୍ରାର୍ଥୀ ହେବେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁତ୍ର କିମ୍ବା ପତ୍ନୀ ।
ସୂଚନା ଅନୁଯାୟୀ, ଏଥର ବେଦପ୍ରକାଶ ଅଗ୍ରୱାଲ ପାଟକୁରାରୁ ବିଜେଡି ବିଧାୟକ ଭାବେ ପ୍ରାଥୀ ପତ୍ର ଦାଖଲ କରିଥିଲେ । ମାତ୍ର ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ପାଟକୁରା ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ତେଣୁ ଆଜି ବିଜେଡି ପକ୍ଷରୁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ କିମ୍ବା ପୁତ୍ରର ନାମ ଚୂଡାନ୍ତ ହୋଇପାରେ । ପାଟକୁରା ନିକଟତର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଦଳିଅ ନେତା ଅତନୁ ସବ୍ୟସାଚୀ, ପ୍ରତାପ ଦେବ,ଉତ୍କଳ କେଶରୀଙ୍କ ସହ ବିଚାର ବିମର୍ଷ ଚାଲିଛି । ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯିବ ସମ୍ଭାବନା ଅଧିକ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସେହିପରି ୧ ମେ ରେ ନାମାଙ୍କନ ଦାଖଲ ଶେଷ ତାରିଖ ହୋଇଥିବାବେଳେ ୨ତାରିଖରେ ପ୍ରାର୍ଥୀପତ୍ର ଯଞ୍ଚ ହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଭାବରେ ସ୍ଥିର କରାଯାଇ ଥବାବେଳେ ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବ ।
ପୂର୍ବରୁ ନିର୍ବାଚନ କମିଶନର ସୂଚନା ଦେଇଥିଲେ କି, ଖୁବଶୀଘ୍ର ପାଟକୁରା ନିର୍ବାଚନର ତାରିଖ ଘୋଷଣା ହେବ । ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ ।