ସରକାରୀ ସ୍କୁଲ୍ ପ୍ରତି ଅଭିଭାବକଙ୍କ ଆଗ୍ରହ ବଢ଼ିଛି: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଆୟୋଜିତ ୫-ଟି ଅନ୍ତର୍ଗତ ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପ୍ରଶିକ୍ଷଣ ଏବଂ ଦିଗ୍ଦର୍ଶନ କର୍ମଶାଳାରେ ଯୋଗଦାନ କରିଥିଲେ ।
ସେଠାରେ ସେ କହିଛନ୍ତି, ବର୍ତ୍ତମାନ ଅଭିଭାବକମାନେ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରିବା ସମୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ଅଧିକ ଯତ୍ନବାନ୍ ହେବା ଉଚିତ ।