ମାନସିକ ବିକୃତ ବୋଲି ମାନିଲେ ପପୁ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ କମେଡି କିଙ୍ଗ ଭାବେ ପରିଚିତ ପପୁ ପମପମ କିଛିଦିନ ତଳେ ନିଜ ଆଗାମୀ ଫିଲ୍ମର ପୋଷ୍ଟରକୁ ନେଇ ବିବାଦରେ ଫସିଥିଲେ । ଏହି ବିବାଦ ନଥମୁଣୁ ପୁଣି ଏକ ବିବାଦକୁ ନିଜେ ନିମନ୍ତ୍ରଣ କରିଛନ୍ତି ପପୁ । ଯାହାକି ତାଙ୍କ ମାନସିକ ବିକୃତିର ପରିଚୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁ ଥିବା ବଣ ମଲ୍ଲି ରାନୁ ମଣ୍ଡଳଙ୍କ ନକଲ କରି ପୁଣିଥରେ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି ପପୁ ପମପମ ।

ସୂଚନା ଅନୁଯାୟୀ, ରାନୁ ମଣ୍ଡଳ ଯେକି ଦିନେ ଟ୍ରେନରେ ଗୀତ ବୋଲି ଭିକ ମାଗୁଥିଲେ ସେ ବର୍ତ୍ତମାନ ସୋସିଆଲ ମିଡିଆର ସବୁଠାରୁ ଜଣାଶୁଣା ଚେହେରା । ରାନୁଙ୍କୁ କିଛିଦିନ ତଳେ କେହି ଜାଣିନଥିଲେ । ଜଣେ ବ୍ୟକ୍ତି ରାନୁଙ୍କ ଗୀତକୁ ରେକର୍ଡ କରି ଫେସବୁକରେ ଛାଡିବା ପରେ ରାତାରାତି ଷ୍ଟାର ହୋଇଯାଇଥିଲେ ରାନୁ । ହିମେଶ ରେସମିଆଁ ରାନୁଙ୍କୁ ତାଙ୍କ ଷ୍ଟୁଡ଼ିଓରେ ଗୀତଗାଇବାର ସୁଯୋଗ ଦେଇଥିଲେ । ଏହି ଭିଡ଼ିଓର କିଛି ଅଂଶ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଯାହାକୁ ଅନେକ ପ୍ରଶଂସା ମଧ୍ୟ ମିଳୁଛି । ସେହି ଭିଡ଼ିଓକୁ ନକଲ କରି ରାନୁଙ୍କ ପରି ଶାଢ଼ୀ ପିନ୍ଧି ଷ୍ଟୁଡ଼ିଓରେ ଗୀତ ରେକଡିଂର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ପପୁ ପମପମ । ଏହାକୁ ଜନସାଧାରଣ ନାପସନ୍ଦ କରିବା ସହ ପପୁଙ୍କର  ଏହି  ଭିଡ଼ିଓ କରି ସେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି ପ୍ରମାଣିତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନେକଙ୍କ ମତରେ ପୁପୁ ନିଜ ଆଗାମୀ ଫିଲ୍ମ ପୋଷ୍ଟର କିଏ ସୋସିଆଲ ମିଡିଆରେ ଛାଡିଛି ତାହା ସେ ଜାଣି ନାହାଁନ୍ତି ବୋଲି ସଫେଇ ଦେଇଥିବା ବେଳେ ରାନୁଙ୍କ ନକଲ କରି ନିଜେ ତାକୁ ଭାଇରଲ କରିବା ସୁସ୍ଥ ମସ୍ତିଷ୍କ ଥିବା ମଣିଷର ପରିଚୟ ନୁହେଁ ବୋଲି ଜନସାଧାରଣ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି ।

Leave a comment