ଥାନା ଭିତରେ ନାଗିନ ଡ୍ୟାନ୍ସ ଘଟଣା: ଏଏସଆଇ ସସପେଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ୍ ଡ୍ୟାନ୍ସ ମହଙ୍ଗା ପଡିଛି। ଏହି ଘଟଣାରେ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରାଥମିକ ତଦନ୍ତ ଆଧାରରେ ପାଣିକୋଇଲି ଥାନାର ଏଏସଆଇଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଏଏସଆଇ ହେଉଛନ୍ତି ସଞ୍ଜୟ ଦାସ। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଚେତାବନୀ ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର।

ସୂଚନାଯୋଗ୍ୟ,ପାଣିକୋଇଲି ଥାନା ପରିସରରେ ହୋଲିଦିନ ନାଗିନ ଡ୍ୟାନ୍ସରେ ପୋଲିସ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା। ଆଇଆଇସିଙ୍କ ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୋଇ ଗୀତରେ ନାଚିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।

Leave a comment