ଓଡ଼ିଶା ଛାଡିବେ ପାଣ୍ଡିଆନ, ଅନ୍ତର୍ଜାତୀୟ ସଂସ୍ଥା ରେ କରିବେ କାମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଛାଡିବେ ପାଣ୍ଡିଆନ । ଯିବେ ଦିଲ୍ଲୀ । ନୂଆ ଚାକିରୀରେ ଯୋଗଦେବା ନେଇ ଜୋର ଧରିଲା ଚର୍ଚ୍ଚା । ତେବେ ୨୦୨୪ ନିର୍ବାଚନ ରେ ବିଜେଡି ହାରିବା ପାଇଁ ସମସ୍ତେ ପାଣ୍ଡିଆନ ଙ୍କୁ ଦାୟୀ କରବା ସତ୍ତ୍ୱେ ନବୀନ ନିବାସ ଭିତରେ ରହି ସେ ଦଳୀୟ ଗୋଟି ଚାଳନା କରୁଥିଲେ । ପାଣ୍ଡିଆନ ଚାକିରୀରେ ଯୋଗଦେବେ ବୋଲି “ଇଣ୍ଡିଆ ହୁଇସ୍ପର ଡଟ କମ” ରେ ନ୍ୟୁଜ ପ୍ରସାରିତ ହେବାପରେ ରାଜ୍ୟ ରାଜନୀତି ରେ ହଟଚମଟ ସୃଷ୍ଟି ହୋଇଛି । ହଠାତ ପାଣ୍ଡିଆନ ବିଲ ଗେଟ୍ସ ସଂସ୍ଥା ରେ କାହିଁକି କାମ କରିବାକୁ ଇଚ୍ଛୁକ ହେଲେ ଏହାକୁ ନେଇ ବଢୁଛି ଚର୍ଚ୍ଚା ।
ସୂଚନା ମୁତାବକ, ଅଶୋକ ପଣ୍ଡା ଙ୍କ କୁଚକ୍ରି ଗୋଷ୍ଠୀ ପାଣ୍ଡିଆନ ଙ୍କୁ କରୁଛନ୍ତି ଘୋର ବିରୋଧ । ପାଣ୍ଡିଆନ ଙ୍କୁ ବିଦା କରିବାକୁ ଜାରି ରଖିଛନ୍ତି ପ୍ରୟାସ । ଅଶୋକ ସାଜିଛନ୍ତି ଏହାର ସୂତ୍ରଧର । ଯେଉଁ ପାଣ୍ଡିଆନ ଙ୍କ ଦୟା ରେ ଦଳୀୟ, ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ ପରେ ମଧ୍ୟ ୨୦୧୯ ଓ ୨୦୨୪ ରେ ବିଜେଡି ଟିକେଟ ହାତେଇଥିଲେ ଅଶୋକ । ଆଜି ବିଜେଡି କ୍ଷମତା ରୁ ଯାଉ ଯାଉ ନିଜ ରଙ୍ଗ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଚଳିତ ନିର୍ବାଚନ ରେ ପରାଜିତ ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ।
କିଛି ବର୍ଷ ହେବ ପାଣ୍ଡିଆନ ଙ୍କ ନିର୍ଦ୍ଦେଶ ରେ ବିଜେଡି ଚାଲିଥିଲା । ଚଳିତ ନିର୍ବାଚନ ରେ କ୍ଷମତା ହରାଇବା ପରେ ପାଣ୍ଡିଆନ ଙ୍କ ଆଗରେ ମୁହଁ ଖୋଲୁ ନଥିବା ନେତା ମନେ ଏବେ ବିଷ ଓଗାଳୁଛନ୍ତି । ମାତ୍ର ଏସମସ୍ତଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ଅଶୋକ ତିଆରି କରିଛନ୍ତି ପାଣ୍ଡିଆନ ହଟାଓ ଗୋଷ୍ଠି । ଏସବୁ ଦେଖି ପାଣ୍ଡିଆନ କିଛି ସମର୍ଥକ ଙ୍କୁ କହୁଛନ୍ତି, ଓଡ଼ିଶାର ଉନ୍ନତି ପାଇଁ ମୁଁ କେତେ ପ୍ରୟାସ କଲି । ଦଳ ର ସମସ୍ତ ନେତା ମୋ ଆଗରେ ମୁହଁ ଖୋଲିବାକୁ ସାହସ କରୁନଥିବା ବେଳେ ଓଡ଼ିଶାବାସୀ ମତେ ସ୍ୱୀକାର କଲେ ନାହିଁ । ଆଜି ଓଡ଼ିଶାବାସୀ ମୋ କାମ କୁ ଝୁରିଲା ବେଳେ ଦଳର ନେତା ମତେ ବିରୋଧ କରୁଛନ୍ତି । ସେହିପରି ପାଣ୍ଡିଆନ ଙ୍କ କିଛି ସମର୍ଥକ କହୁଛନ୍ତି ରାଜନୈତିକ ପସାପାଲି ର ଚକ୍ରବ୍ୟୁହ ରେ ତାଙ୍କୁ ଫସାଇ ଦିଆଯାଇଛି । ତେଣୁ ସେ ଆଉ ଓଡ଼ିଶା ରେ ରହିବେନାହିଁ ଦିଲ୍ଲୀ ଚାଲିଯିବେ । ସବୁଦିନ ପାଇଁ ଛାଡ଼ିଦେବେ ନବୀନ ନିବାସ । ଏଭଳି କିଛି ଚର୍ଚ୍ଚା ଓଡ଼ିଶା ରାଜନୀତି କୁ ଚର୍ଚ୍ଚାର ନୂଆ ଖୋରାଗ ଯୋଗାଇଛି ।

ଅପରପକ୍ଷରେ ବିଜେଡି ବିଧାୟକ ରାଜା ସ୍ୱାଇଁ ସଚିବାଳୟରେ ପ୍ରତାପ ଦେବ ଙ୍କୁ କହିଲେ, ପାଣ୍ଡିଆନ ଙ୍କ ଦିଲ୍ଲୀ ରେ ଚାକିରୀ ହୋଇଯାଇଛି । ଏବେ ନବୀନ ବାବୁଙ୍କ କଥା କିଏ ବୁଝିବ । ଦଳ ଅବସ୍ଥା କଣ ହେବ ।ଏହା ଶୁଣି ପ୍ରତାପ ଦେବ କହିଲେ ମୁଁ ମଧ୍ୟ ଏସମ୍ପର୍କ ରେ ଶୁଣିଛି । ଆମେ କଣ କରିପାରିବା । ଏହା ପାଣ୍ଡିଆନ ଙ୍କ ନିଷ୍ପତ୍ତି । କିଛି ବିଜେଡି ନେତା ରାଜା ସ୍ୱାଇଁ , ପ୍ରତାଵ ଦେବ ଙ୍କ ଚର୍ଚ୍ଚା ସମ୍ୱନ୍ଧ ରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ତେବେ ଏହାର ସତ୍ୟତା କେତେ ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।