ପାକିସ୍ତାନ ନିର୍ବାଚନ କମିଶନ ବଡ ଧରଣର କାର୍ଯ୍ୟାନୁଷ୍ଠାନ; ୨୭୧ ସାଂସଦ ଏବଂ ବିଧାୟକଙ୍କୁ ନିଲମ୍ବିତ
ପାକିସ୍ତାନ ନିର୍ବାଚନ କମିଶନ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ୨୭୧ ସାଂସଦ ଏବଂ ବିଧାୟକଙ୍କ ସଦସ୍ୟତା ନିଲମ୍ବିତ କରିଛନ୍ତି। ଏହି ସାଂସଦ ଓ ବିଧାୟକ ନିଜର ସମ୍ପତ୍ତି ଓ ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ର ବିବରଣୀ ଜମା କରିପାରିନଥିଲେ। ପାକିସ୍ତାନ ନିର୍ବାଚନ କମିଶନ୍ ଏଭଳି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଲମ୍ବିତ ସଦସ୍ୟ ସଂସଦୀୟ କାର୍ଯ୍ୟରେ ଭାଗ ନେଇପାରିବେନି।
ପାକିସ୍ତାନ ନିର୍ବାଚନ କମିଶନ୍ଙ୍କ କହିବା ଅନୁସାରେ, ସାଂସଦ ଓ ବିଧାୟକଙ୍କୁ ପ୍ରତି ବର୍ଷ ୩୧ ଡିସେମ୍ବର ପର୍ଯ୍ୟନ୍ତ ନିଜର ସମ୍ପତ୍ତି ଓ ଆକାଉଣ୍ଟ ଷ୍ଟେଟମେଣ୍ଟର ପୁରା ବିବରଣୀ ଜମା କରିବାକୁ ପଡିଥାଏ। ଏଭଳି କରିପାରିନଥିବା ସାଂସଦ ଓ ବିଧାୟକଙ୍କୁ ପାକିସ୍ତାନ ନିର୍ବାଚନ କମିଶନ୍ ପକ୍ଷରୁ କୁହାଯାଇଥିଲା ୩୦ ଜୁନ୍, ୨୦୨୨ ପର୍ଯ୍ୟନ୍ତ ନିଜ ଆର୍ଥିକ ବିବରଣୀ ୧୬ ଜାନୁଆରୀ, ୨୦୨୩ ପର୍ଯ୍ୟନ୍ତ ଜମା କରିପାରିବେ। ଏଭଳି ନକରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାକିସ୍ତାନ ନିର୍ବାଚନ କମିଶନଙ୍କ କହିବା ଅନୁସାରେ,ଯାହାଙ୍କ ଉପରେ କାର୍ଯ୍ୟନୁଷ୍ଠାଗ ଗ୍ରହଣ କରାଯାଇଛି, ତାଙ୍କ ଭିତରେ ନ୍ୟାସନାଲ ଆସେମ୍ବଲିର ୧୩୬ ସଦସ୍ୟ, ୨୧ ସିନେଟର ଓ ୧୧୪ ଆସେମ୍ବଲି ସଦସ୍ୟ ରହିଛନ୍ତି।