ପାକିସ୍ତାନ ଏଫ-୧୬କୁ ମାରି ଖସାଇଥିବା ଅଭିନନ୍ଦନଙ୍କୁ ପ୍ରମୋଶନ, IAFରେ ମିଳିଲା ଏହି ଦାୟିତ୍ଵ

0

ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପଦନ୍ନୋତି। ଏବେ ତାଙ୍କୁ ଗ୍ରୁପ କ୍ୟାପଟେନ୍‌ ପଦରେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନୀ ଲଢୁଆ ବିମାନ ଜେଟ୍ ଏଫ-୧୬ ସହିତ ଆକାଶରେ ଲଢେଇ କରିଥିବା ଅଭିନନ୍ଦନଙ୍କୁ ପୂର୍ରବୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି। ଅଭିନନ୍ଦନ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ହୀନ ଉଦ୍ଦେଶ୍ୟର ମୁହଁତୋଡ ଜବାବ ଦେଇ ଆମେରିକି ଏଫ-୧୬ ବିମାନକୁ ମାରି ଖସାଇ ଦେଇଥିଲେ।

ଏବେ ଏହି ବାହାଦୂର ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଗ୍ରୁପ କ୍ୟାପଟେନ୍ ପଦରେ ନିଯୁକ୍ତ କରାଯାଇଛି। ତାଙ୍କୁ ଶୀଘ୍ର ନୂତନ ରାଙ୍କ ପ୍ରଦାନ କରାଯିବ। ଗ୍ରୁପ କ୍ୟାପଟେନ୍ ଭାରତୀୟ ସ୍ଥଳ ସେନାର କର୍ଣ୍ଣେଲ ରାଙ୍କର ବରାବର। ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ରେ  ଭାରତର ଏୟାରଷ୍ଟ୍ରାଇକ୍‌ ପରେ ଉତ୍ପନ ଉତ୍ତେଜନା ପରେ ପାକିସ୍ତାନୀ ଲଢୁଆ ବିମାନ  ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିଲେ।  ଭାରତ ଏହାର ମୁହଁତୋଡ ଜବାବ ଦେଇ ପାକିସ୍ତାନ ବିମାନକୁ ଘଉଡାଇ ଦେଇଥିଲା।

ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଗୋଟିଏ ଏଫ-୧୬ ବିମାନକୁ ପିଛା କରି ମାରି ଖସାଇ ଦେଇଥିଲେ। ହେଲେ ତାଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାଧ୍ୟ ହୋଇ ସେ ପାରାଚୁଟ୍‌ ସାହାରା ନେଇଥିଲେ। ହେଲେ ସେ ପିଓକେରେ ଯାଇ ଖସିଥିଲେ। ତାଙ୍କୁ ପାକିସ୍ତାନ ସେନା ଧରି ନେଇ ନିଜ କବଜାରେ ରଖିଥିଲା। ହେଲେ ଭାରତର କୂଟନୈତିକ ଚାପ ପରେ ପାକିସ୍ତାନ ତାଙ୍କୁ ସକୁଶଳ ସ୍ଵଦେଶ ପଠାଇଥିଲା।

Leave a comment