ପାକିସ୍ତାନକୁ ଶକ୍ତ ଝଟକା,ଋଣ ଦେବାକୁ ମନାକଲା ଆଇଏମଏଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ସରକାରଙ୍କୁ ପୁଣି ଲାଗିଛି ଝଟକା। ପାକିସ୍ତାନକୁ ଋଣ ଦେବାକୁ ମନାକରି ଦେଲା ଆଇଏମଏଫ। ଆତଙ୍କବାଦୀ ସଂଗଠନ ତାଲିବାନକୁ ସମର୍ଥନ କରିବାର ଫଳ ଭୋଗିବାକୁ ପଡିଛି ପାକିସ୍ତାନ ସରକାରଙ୍କୁ। ୬ଶହ କୋଟି ଆମେରିକୀୟ ଡଲାର ଋଣ ଆକାରରେ ଯୋଗାଇ ଦେବାକୁ ଇମ୍ରାନ ସରକାର ଆଇଏମଏଫକୁ ନିବେଦନ କରିଥିଲେ।

ଗତ ୪ମାସ ହେଲା ଏନେଇ ଆଇଏମଏଫ ଓ ପାକିସ୍ତାନ ସରକାର ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିଥିଲା। କିନ୍ତୁ ଏବେ ଆଇଏମଏଫ ଋଣ ଦେବାକୁ ମନା କରିବାରୁ ପାକିସ୍ତାନକୁ ଶକ୍ତ ଆଘାତ ଲାଗିଛି। କରଜରେ ବୁଡି ରହିଥିବା ପାକିସ୍ତାନର ଶେଷ ସାହାରା ଥିଲା ଆଇଏମଏଫ। କେବଳ ସେତିକି ନୁହେଁ, ପ୍ରଥମ କିସ୍ତି ସ୍ୱରୂପ ପାଇବାକୁ ଥିବା ଶହେ କୋଟି ଡଲାରକୁ ମଧ୍ୟ ଆଇଏମଏଫ ବାତିଲ କରିଦେଇଛି।

ଏହା ପୂର୍ବରୁ ପାକିସ୍ତାନର ସହଯୋଗୀ ରାଷ୍ଟ୍ର ସାଉଦି ଆରବ ଓ ଚୀନ୍‌ ମଧ୍ୟ ଇମ୍ରାନଙ୍କୁ ସହଯୋଗ କରିବାକୁ ମନା କରିଦେଇଥିଲା। ଋଣ ଲାଗି ଆଇଏମଏଫ କର୍ତ୍ତୃପକ୍ଷଙ୍କୁ ମନେଇବା ଲାଗି ପାକ୍‌ ଅର୍ଥ ସଚିବ ୱାସିଂଟନରେ ଦୀର୍ଘ ସମୟରୁ ଡେରା ପକାଇଥିଲେ। କିନ୍ତୁ ପାକିସ୍ତାନର କୌଣସି ଟ୍ରିକ କାମ ଦେଲା ନାହିଁ କହିଲେ ଚଳେ।

Leave a comment