ବାସି ପଖାଳ ବଢାଏ ରୋଗ ପ୍ରତିରୋଧକ ଶକ୍ତି: ଡାକ୍ତର ବାଲମୁରଗାନ ରାମଦୋସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାସି ପଖାଳ ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଏମ୍ସର ଡାକ୍ତର ବାଲମୁରଗାନ୍ ରାମଦୋସ ପଖାଳ ଉପରେ ଗବେଷଣା କରି ଏହି ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟତା କରିଥାଏ । ଯାହାକି ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସେ ଏମ୍ସରେ ଡିପାର୍ଟମେଂଟ ଅଫ ବାୟୋକେମଷ୍ଟ୍ରି ଆଡିସିନାଲ ପ୍ରଫେସର ଅଛନ୍ତି ।
ଡାକ୍ତର ବାଲମୁରଗାନ୍ ରାମଦୋସଙ୍କ ମତ ଅନୁସାରେ, ହୋଟେଲର ପଖାଳ ନୁହେଁ ବରଂ ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଜଣେ ଦିନକୁ ୫ ମିଲିଲିଟର ବାସି ତୋରାଣି ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛ ।