ଓ୍ୱିକେଟ ନେବାପରେ ଗଳାକାଟିବାର ଇସାରା ଦେଲେ ପାକିସ୍ତାନୀ ବୋଲର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କ୍ରିକେଟ ମ୍ୟାଚରେ ଓ୍ୱିକେଟ ନେବା ପରେ କିମ୍ବା ଶତକ ମାରିବାପରେ ଖେଳାଳୀମାନେ ନିଜନିଜ ଢଙ୍ଗରେ ସେଲିବ୍ରେସନ କରିଥାନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗବେସ ଲିଗ୍ ରେ ଓ୍ୱିକେଟ ନେବାପରେ ପାକିସ୍ତାନୀ ଖେଳାଳୀ ଯେଉଁଭଳି ଭାବେ ସେଲିବ୍ରେସନ କରିଥିଲେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନୀ ବୋଲର ହାରିଶ ରାଉଫ୍ ଗୁରୁବାର ଓ୍ୱିକେଟ ନେବାପରେ ଗଳାକାଟିବା ଭାଳି ଇସାରା କରିଥିଲେ । ଏହାକୁ ନେଇ ଟ୍ୱିଟରରେ ଲୋକେ ତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଦେଇଛନ୍ତି ।ପ୍ରକାଶ ଥାଉକି, ଅଷ୍ଟ୍ରେଲିଆରେ ଲାଚିଥିବା ବିଗବେସ ଲିଗ୍ ରେ ଗୁରୁବାର ମେଲବର୍ଣ୍ଣ ସ୍ପୋର୍ଟ୍ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳ ଚାଲିଥିଲା । ମେଲବର୍ଣ୍ଣ ସ୍ପୋର୍ଟ୍ସ ତରଫରୁ ଖେଳୁଥିବା ହାରିଶ ଓ୍ୱିକେଟ ନେବାପରେ ବେକ ଟାକିବା ଭଳି ଇସାରା କରି ସେଲିବ୍ରେସନ କରିଥିଲେ । ଯାହାକି ଦର୍ଶକଙ୍କୁ ପସନ୍ଦ ଆସିନଥିବା । ଏପରି ହଂସାତ୍ମକ ଇସାରା କ୍ରିକେଟ ଭଳି କେଳରେ ସ୍ଥାନ ନାହିଁ ବୋଲି ଟ୍ୱିଟରରେ ଲୋକେ କହିଛନ୍ତି ।