ଏଜି ଛକରେ ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌ , ୨ ଟଙ୍କାରେ ଗୋଟିଏ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ୍ରି ହସ୍ପିଟାଲ ପକ୍ଷରୁ ଏଜି ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୁଲିସ କର୍ମୀଙ୍କ ପାଇଁ ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ର ଉଦ୍‌ଘାଟନ କରାଯାଇଛି। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେସିନ୍‌କୁ ଉଦ୍‌ଘାଟନ କରି  ଆଗାମୀ ଦିନରେ ଏହି ବ୍ୟବସ୍ଥା ଭୁବନେଶ୍ୱର ଓ କଟକର ପ୍ରତ୍ୟେକ ପୁଲିସ ଷ୍ଟେସନରେ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ଭୁବନେଶ୍ୱରରେ ୬୪ ଜଣ ମହିଳା ଟ୍ରାଫିକ ପୁଲିସ କାର୍ଯ୍ୟରତ ଅଛନ୍ତି। ଏହି ଭେଣ୍ଡିଂ ମେସିନ୍‌ ମାଧ୍ୟମରେ ସେମାନଙ୍କୁ ୨ ଟଙ୍କାରେ ଗୋଟିଏ ସାନିଟାରୀ ପ୍ୟାଡ୍‌ ମିଳିବ ଏବଂ ଏହାଦ୍ୱାରା ସେମାନେ ବହୁତ ଲାଭ ପାଇପାରିବେ ବୋଲି ଡେପୁଟି କମିସନର ସାଗରିକା ନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ।

Leave a comment