ଅନଲାଇନ ଗାଡି ଲାଇସେନ୍ସ, ଗୋଟିଏ କ୍ଲିକରେ ଆକାଉଣ୍ଟରୁ ଚାଲିଯାଉଛି ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାବଧାନ ଗାଡି ଲାଇସେନ୍ସ ପାଇଁ ବୁଝିଶୁଝି କରନ୍ତୁ ଆବେଦନ ନ ହେଲେ ହୋଇପାରନ୍ତି ଆପଣ ଠକାମୀର ଶୀକାର । ଗୋଟିଏ କ୍ଲିକରେ ଆକାଉଣ୍ଟରୁ ଚାଲିଯାଉଛି ଟଙ୍କା । ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଚେଷ୍ଟା କରାଯାଇଛି ହେଲେ ଏହାର ସୁବିଧା ନେଇଛନ୍ତି ଅନଲାଇନ ଠକ । ଆଉ ନିଜେ ପାଲଟି ଯାଇଛନ୍ତି ଅନଲାଇନ ଦଲାଲ । ଗୁଗଲ ଭଳି ସର୍ଚ ଇଂଜିନ ଲାଇସେନ୍ସ ପାଇଁ ଆବେଦନ କରିବା ପରେ ପ୍ରଥମରେ ହିଁ ଆସି ଯାଉଛି । edrivinglicense.org, drivinglicence.digiseva.org, driving-licence.in ଭଳି କିଛି ୱେବ ପୋର୍ଟାଲ ଏଥିରେ ନିଜ ସମସ୍ତ ତଥ୍ୟ ଭରିବା ପରେ ଟଙ୍କା ଭରିବା ପରେ ଠଙ୍କା ପାଇଁ ଖୋଲିଯାଉଛି ପେଜ୍ ଆଉ ଟଙ୍କା ଭରି ଦେଲେ ଆକାଉଣ୍ଟରୁ ଚାଲିଯାଉଛି ୧୯୫୦ ଟଙ୍କା । ଏହା ପରେ ନାଁ ହେଉଛି କେଉଁ ପରିବହନ କାର୍ଯ୍ୟାଳୟରେ ଆବେଦନ ନା ଲୋକେ ପାଉଛନ୍ତି କୌଣସି ରସିଦ । ଭୁବନେଶ୍ବରରେ ଏଭଳି ଠକାମୀର ଶୀକର ହୋଇଛନ୍ତି କିଛି ଯୁବକ ।ଅନଲାଇନ ଦାଲଲଙ୍କ ହାବୁଡାରେ ପଡିଥିବା ଏଭଳି ଜଣେ ଆବେଦନକାରୀ ହେଉଛନ୍ତି ଜ୍ଞାନ ରଂଜନ ଦାସ । ପରିବହନ ବିଭାଗରେ ହେଉଥିବା ଭିଡକୁ ଦେଖି ଅନଲାଇନ ଆବେଦନ କରିବାକୁ ଚାହିଁଥିଲେ ଜ୍ଞାନ ବାବୁ । ହେଲେ ଜାଣିନଥିଲେ ତାଙ୍କୁ ଏଭଳି ହଟହଟା ହେବାକୁ ପଡିବ । ଏବେ ଚିନ୍ତା ଯେ, କେଉଁଠି କରିବେ ଅଭିଯୋଗ । ଜ୍ଞାନ ବାବୁଙ୍କ ଭଳି ଆପଣ ମଧ୍ୟ ହୋଇପାରନ୍ତି ଠକାମୀର ଶୀକାର । ନୂଆ ପରିବହନ ନୀତି ଲାଗୁ ହେବା ପରେ ଆରଟିଓ କାର୍ଯ୍ୟାଳୟରେ ଠୁଳ ହେଉଥିବା ଦଲାଲଙ୍କ ରୋଜଗାର ଉପରେ ମାଡ ପଡିଥିଲା । ଟଙ୍କା ରୋଜଗାର ପାଇଁ ସେମାନେ ଆପାଣାଇଛନ୍ତି ନୂଆ ତରିକା । ଫେକ୍ ୱେବସାଇଟ କରି ଏବେ ହଜାର ହଜାର ଲୋକଙ୍କୁ ଏବେ ଠକିଚାଲିଛନ୍ତି ସାଇବର ଠକ ।

ସରକାର ପରବହନ ବିଭାଗକୁ ଦଲାଲମୁକ୍ତ କରିଦେଲେ ସତ ହେଲେ ଏଭଳି ଅନ ଲାଇନ ଠକଙ୍କଠାରୁ କିଭଳି ଲେକେ ବର୍ତିବେ ତାହାର କୌଣସି ରାସ୍ତା ବାହାର କରିନାହାନ୍ତି ସରକାର ବୋଲି ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ୱେବସାଇଟକୁ ନେଇ ସାଇବର ଏକ୍ସପର୍ଟ ମଧ୍ୟ ନିଜ ମତ ରଖିଛନ୍ତି । ୱେବସାଇଟର ପ୍ରଥମରୁ ଦେଖିଲେ ଏହା କେନ୍ଦ୍ର ସରକାରଙ୍କ ନିଜ ୱେବସାଇଟ ଭଳି ଦେଖାଯାଉଛି । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଥିବା ବେଳେ ସ୍ବଚ୍ଛ ଭାରତ ଓ ଡିଜିଟାଲ ଇଣ୍ଡିଆ ଭଳି ଲୋଗୋ ରହିଛି । କେବଳ ସେତିକି ନୁହଁ ଭଲ କରି ଯାଂଚ କରିବା ପରେ ଏହା ମାତ୍ର ୨୩ ଦିନ ପରେ ତିଆରି କରାଯାଇଥିବା ଜଣାପଡୁଛି । କେବଳ ସେତିକି ନୁହଁ ବହୁତ ଚାଲାକି କରି ଏଥିରେ ଲୋକଙ୍କ ଡାଟା ମଗାଯାଉଛି । ଫଳରେ ଲୋକଙ୍କୁ ଠକେଇ କରିବାରେ ଠକଙ୍କୁ ଆହୁରି ସୁବିଧା ହୋଇଯାଉଛି ବୋଲି ବିଶେଷଜ୍ଞ ଚିରାଗ ରଥ ମତ ପ୍ରକାଶ କରିଛନ୍ତି ।

ଏହି ୱେବସାଇଟ କେଉଁଠୁ ତିଆରି କରାଯାଇଛି ଜଣାପଡୁନଥିବା ବେଳେ ଏଥିରେ ସ୍ପଷ୍ଟଭାବେ ବେସରକାରୀ ସଂସ୍ଥା ଦ୍ବାରା ତିଆରି କରାଯାଇଥିବା ମଧ୍ୟ ଉଲ୍ଲେଖ ରହିଛି । ହେଲେ ଏ ସବୁ କିଭଳି ବୈଷୟିକ ଜ୍ଞାନକୌଶଳ ମନ୍ତ୍ରଣାଳୟ ତଥା ଏନଆଇସି ଭଳି ସଂସ୍ଥା ଜାଣିପାରୁନାହାନ୍ତି । ନାଁ ଏମାନେ ଅପେକ୍ଷା କରିଛନ୍ତି ଏଭଳି ଠକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଲା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରିବେ ।

Leave a comment