ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର

0

ଗଞ୍ଜାମ : ଗଞ୍ଜାମ ସୋରଡା ଥାନା ସଂପଦା ଗାଁ ନିକଟରେ ବଜ୍ରାଘାତରେ ଜଣେ ମୃତ ଦୁଇ ଗୁରୁତର।ମୃତକ ଜଣକ ହେଲେ ସିଙ୍ଗିପୁରୁ ଗ୍ରାମର ଶିବ ରଞ୍ଜନ ସେଠି। ଜଣେ ଗୁରୁତର ଗୋଛା ଗ୍ରାମର ସଞ୍ଜୟ ବେହେରା ଓ ଅନ୍ୟଜଣେ କୋଟିବାଡି଼ ଗ୍ରାମର କ୍ଷେତ୍ର ନାୟକ। ସୂଚନା ମୁତାବକ ଆଜି ଅପରାହ୍ନ ୩ଟା ସମୟରେ ବର୍ଷା ପବନ ଆସିବାରୁ ରାସ୍ତାରେ ଯାଉଥିବା ଦୁଇ ବାଇକ ଅରୋହି ଗଛ ମୂଳେ ଅଟକି ଯାଇଥିଲେ । ଠିକ ସେହି ସମୟେରେ ବଜ୍ରାଘାତ ଘଟିବାରୁ ଜଣକର ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଥିଲେ ।

ରାସ୍ତାରେ ଯାଉଥିବା ଲୋକେ ଅଗ୍ନିସମ ବାହିନୀ ଖବର ଦେବା ପରେ ଅଗ୍ନିସମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତକ ଓ ଗୁରୁତର ଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠାଇଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି ।

Leave a comment