କେନ୍ଦ୍ରର ଓ୍ବାନ୍‌ ନେଶନ, ଓ୍ବାନ ରାଶନକୁ ଓଡ଼ିଶାର ସମର୍ଥନ, ବିରୋଧ କଲେ ଡିଏମକେ ସୁପ୍ରିମୋ ଷ୍ଟାଲିନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓ୍ବାନ ନେଶନ, ଓ୍ବାନ୍‌ ରାଶନ ଯୋଜନା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଥମ କରି ଏହି ଯୋଜନା ୧୦ଟି ରାଜ୍ୟରେ ଲାଗୁ କରାଯିବ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ଖାଦଶସ୍ୟ ବଣ୍ଟନ ପାଇଁ ଶତପ୍ରତିଶତ ପିଓଏସ ମେଶିନ ବ୍ୟବସ୍ଥା କରାଯିବା ସହିତ ଏଠାକାର ସବୁ ପିଡିଏସ ଦୋକାନରେ ଇଣ୍ଟରନେଟ ସଂଯୋଗ କାର୍ଯ୍ୟ ଶେଷ ହୋଇଛି ବୋଲି କେନ୍ଦ୍ର ଖାଦ୍ୟ ଓ ସାଧରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାସ୍‌ୱାନ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି ତାମିଲନାଡୁର ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ । କେନ୍ଦ୍ର ସରକାର ଏହି ଯୋଜନା ଜରିଆରେ ରାଜ୍ୟର ହକ୍‌କୁ ଛଡ଼ାଇ ନିଜ ନାଁରେ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ଯୋଜନା ବନ୍ଦ ହେବା ଦରକାର ବୋଲି ଷ୍ଟାଲିନ କହିଛନ୍ତି ।
ଓ୍ବାନ ନେଶନ ଓ୍ବାନ ରାଶନକୁ ନେଇ ଶନିବାର ଖବରଦାତା ସମ୍ମିଳନୀରେ କେନ୍ଦ୍ର ଖାଦ୍ୟ ଓ ସାଧରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାସ୍‌ୱାନ ଏ ନେଇ ସୂଚନା ଦେଇଥିଲେ । ସେ କହିଥିଲ, ଏହି ଯୋଜନା ଲାଗୁ ହେଲେ ଦେଶର ଯେ କୌଣସି ସ୍ଥାନରେ ପଞ୍ଜିକୃତ  ଉପଭୋକ୍ତା ନିଜ ରାଶନକାର୍ଡ ଦେଖାଇ ରାଶନ ସାମଗ୍ରୀ ପାଇପାରିବେ । ସାରା ଦେଶରେ ସମସ୍ତ ରାଶନ କାର୍ଡକୁ ଆଧାରକାର୍ଡ ସହ ଯୋଡ଼ିବ ଏବଂ ପଏଣ୍ଟ ଅଫ ସେଲ (ପିଓଏସ) ଜରିଆରେ ସମଗ୍ର ଖାଦ୍ୟ ଶସ୍ୟ ବଣ୍ଟନ କରାଯିବା ବ୍ୟବସ୍ଥାକୁ ସଂଗଠିତ କରିବା କାର୍ଯ୍ୟ ଚୂଡ଼ାନ୍ତ ହୋଇଛି । ଏଥିସହ ପାସଓ୍ବାନ କହିଛନ୍ତି, ଓଡ଼ିଶା,  ପଞ୍ଜାବ, ତାମିଲନାଡୁ ଓ ମଧ୍ୟପ୍ରଦେଶ ସମେତ ୧୧ଟି ରାଜ୍ୟରେ ମଧ୍ୟ ଏହି ଯୋଜନା ଅତି ସହଜରେ ଲାଗୁକରାଯାଇପାରିବ । ୨୦୨୦ ଜୁନ୍‌ ୩୦ ସୁଦ୍ଧା ଦେଶର ସବୁ ରାଜ୍ୟରେ ଏହି ଯୋଜନା କ୍ରମାନ୍ବୟରେ ଲାଗୁ କରାଯିବ ବୋଲି ପାସଓ୍ବାନ କହିଛନ୍ତି ।

Leave a comment