ଭାରତରେ କୋରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ କୋରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଣି ଜଣେ ମୃତ୍ୟୁବରଣ କରିଥିବାବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ମୃତ ଜଣକ ମହାରାଷ୍ଟ୍ରର ଜଣେ ୬୪ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କୋରୋନା ଯୋଗୁଁ ଜୀବନ ହରାଇଥିଲେ । ସେହିପରି ୧୨ ତାରିଖରେ କର୍ଣ୍ଣାଟକର କୁଲବର୍ଗୀର ଅଞ୍ଚଳର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସେ ସାଉଦୀ ଆରବରୁ ଫେରିଥିଲେ ।

Leave a comment