ପ୍ରଦୂଷଣ ପ୍ରମାଣପତ୍ରରୁ ରାଜଧାନୀ ବାସୀଙ୍କୁ ମିଳିବ ଏକମାସ ନିସ୍ତାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଏକମାସ କୋହଳ ହେଲା ନିୟମ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ । ଆସନ୍ତା ଏକମାସ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ ନକଲେ ଦେବାକୁ ପଡିବ ଜୋରିମାନା ।

ସୂଚନା ଅନୁଯାୟୀ, ରାଜ୍ୟରେ ନୂତନ ନୂଆ ଟ୍ରାଫିକ ନିୟମ ଲାଗୁ ହେବାପରେ ରାଜଧାନୀ ବାସୀଙ୍କ ନିଦ ହଜିଯାଇଛି । ଚେକିଂ ସମୟରେ ଅନେକ ଗାଡିକୁ ଦେବାକୁ ପଡୁଛି ହଜାର ହଜାର ଟଙ୍କା । ପ୍ରଦୂଷଣ ପ୍ରମାଣପତ୍ର ପାଇଁ ସାରା ରାତି ଲାଇନରେ ଛିଡା ହେବାକୁ ପଡୁଛି ଗାଡିଚାଳକଙ୍କୁ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏକମାସ ପାଇଁ ଏହି ସମୟକୁ ବର୍ଦ୍ଧିତ କରାଯାଇଛି ।

ସେହିପରି ଭୁବନେଶ୍ୱର ଆରଟିଓ – ୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୬ ଜଣ ଯୋଗ୍ୟ ରହିଛନ୍ତି । ଅପରପକ୍ଷରେ ଆରଟିଓ – ୨ ଅଧିନରେ ୩୨ ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି । ପୂର୍ବରୁ କିଛି ସଂସ୍ଥା ଇଣ୍ଟରନେଟ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରୁଥିଲେ ମାତ୍ର ବର୍ତ୍ତମାନ ସେମାନଙ୍କ ଦେଖା ମିଳୁନାହିଁ । ଯାହାକୁ ନେଇ ଗାଡିଚାଳକଙ୍କ ମୁଣ୍ଡରେ ୧୦ହଜାର ଟଙ୍କାର ଜୋରିମାନା ଚଡକ ପଡୁଥିଲା ।

Leave a comment