ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଦାନ କଲେ ରାଷ୍ଟ୍ରପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଅବସରରେ ଶ୍ରୀମନ୍ଦିର ପ୍ରଶାସନକୁ ଲକ୍ଷେ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରର ବିକାଶ କାର୍ଯ୍ୟ ଏହି ଅର୍ଥ ବିନିଯୋଗ ହେବ । ରାଷ୍ଟ୍ରପତି ନିଜ ଦରମାରୁ ଲକ୍ଷେ ଟଙ୍କା ଚେକ ପ୍ରଦାନ କରିଛନ୍ତି । ଏହାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁରି ଭୁରି ପ୍ରଶଂସା କରିଛନ୍ତି ।