ନିଜେ ତିଆରି କରିଥିବା କରୋନା ଔଷଧ ଖାଇ ମ୍ୟାନେଜର ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା ନିମନ୍ତେ ତିଆରି କରିଥିବା ଔଷଧ ଖାଇ ତାମିଲନାଡୁ ହର୍ବାଲ୍ ପ୍ରଡକ୍ଟ୍ କମ୍ପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଉକ୍ତ ଔଷଧକୁ ସେ ଓ ତାଙ୍କ ମାଲିକ ତିଆରି କରିଥିଲେ।
ସୂଚନାଯୋଗ୍ୟ, କମ୍ପାନିର ଫାର୍ମାସିଷ୍ଟ୍ ତଥା ପ୍ରଡକ୍ସନ୍ ମ୍ୟାନେଜର୍ ୪୭ ବର୍ଷିୟ କେ ଶିବନେସନ୍ ଓ ତାଙ୍କ ମାଲିକ ୬୭ ବର୍ଷିୟ ରାଜକୁମାର ତିଆରି କରିଥିବା ଔଷଧକୁ ନିଜେ ଖାଇ ପରୀକ୍ଷା କରୁଥିଲେ। ଔଷଧ ଖାଇବା ପରେ ଉଭୟଙ୍କର ଚେତା ବୁଡ଼ିଯାଇଥିଲା। ତୁରନ୍ତ ସେମାନଙ୍କୁ ପାଖରେ ଥିବା ଏକ ଡାକ୍ତରଖାନାକୁ ନିଆଯାଇଥିଲା। ପେରୁଙ୍ଗୁଡ଼ି ନିବାସୀ ଶିବନସେନ୍ ଉକ୍ତ ଔଷଧରୁ ବେଶୀ ପରିମାଣର ଖାଇ ଦେଇଥିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।