ମେଘାଳୟ କୋଇଲା ଖଣିରୁ ୩୪ ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଘାଳୟ ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର କୋଇଲା ଖଣିରେ ଦୀର୍ଘ ୩୪ ଦିନ ହେବ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ଭାରତୀୟ ନୌସେନା, କୋଲ୍ ଇଣ୍ଡିଆ, ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ବାହିନୀ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରାୟ ୨ଶହ ଫୁଟ୍ ତଳୁ ଉକ୍ତ ଶ୍ରମିକଙ୍କ ମୃତଦେହ ଉଦ୍ଧାରକାରୀ ଦଳଙ୍କୁ ମିଳିଛି । ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଏଥିରେ ଫସି ରହିଥିବା ଅନ୍ୟ ୧୪ ଜଣଙ୍କୁ ଖୋଜା ଚାଲିଛି ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରାୟ ୧୫ ଜଣ ଶ୍ରମିକ ଉକ୍ତ କୋଇଲା ଖଣି ଭିତରକୁ କାମ କରିବାକୁ ଯାଇଥିଲେ । କିନ୍ତୁ ଏଥିରେ ପାଣି ପଶି ଯିବାରୁ ସେମାନେ ବାହାରକୁ ବାହାରି ପାରି ନଥିଲେ । ପାହାଡ଼ର ଶୀର୍ଷରେ ଥିବା ପାଖାପାଖି ୩୭୦ ଫୁଟ୍ର ଏହି ଖଣିରେ ଶ୍ରମିକମାନେ ଫସି ରହିଛନ୍ତି ।