ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ ଦିନିକିଆ କର୍ମଶାଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ “ଇଣ୍ଡସ ଏଡୁଟ୍ରେନ ପ୍ରାଇଭେଟ ଲିମିଟେଡ଼” ପକ୍ଷରୁ ଭୁବନେଶ୍ୱର ରିଜୋନାଲ ସାଇନ୍ସ ସେଣ୍ଟର ଠାରେ ଦିନିକିଆ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ୧୨୯ଜଣ ଧନ୍ଦାମୂଳକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଭୋକେସନାଲ କୋଡ଼ିନେଟର କୌଶିକ ଉତ୍କଳ ମହାନ୍ତି, ଜ୍ୟୋତି ରଞ୍ଜନ ବିଶ୍ୱାଳ ଏବଂ ସୌନିକ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଓସେପା ପକ୍ଷରୁ ଆୟୋଜିତ ହୋଉଥିଲା । ମାତ୍ର କୋଭିଡ ପରଠାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ସବୁ ସ୍ୱାଭାବିକ ହେବାପରେ ଭିଟିପି ନିଜ ପ୍ରଚେଷ୍ଟାରେ ଏହି କର୍ମଶାଳାର ଆୟୋଜନ କରିଥିଲା । ପିଏମୟୁ ଟିମ ଯାହାର ଖୁବ ପ୍ରଶଂସା କରିଥିଲା ।
ଏହି କାର୍ଯ୍ୟକ୍ରମରେ ଏନଏସକ୍ୟୁଏଫ ମ୍ୟାନେଜର ସୁମ୍ବୁଲ ହାସମୀ, ଟାଟା ଷ୍ଟ୍ରାଇଭସ କୋଡିନେଟର ସରକେଲ ଡ ବିବେକାନନ୍ଦ ନାୟକ Capacity Building & Orientation on Vertical Mobility ଉପରେ ଆଲୋକପାତ କରିଥିଲେ । ସେହିପରି ପିଏମୟୁ ଟିମର ସାଗରିକା ମହାପାତ୍ର, ବିକ୍ରମ ନାୟକ, ମହେଶ୍ବର ଭଞ୍ଜ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ଧନ୍ଦାମୂଳକ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ କିପରି ନିଜ ସଠିକ କ୍ୟାରିଅର ଗଠନରେ ସହାୟକ ହେବେ ସେ ସମ୍ୱନ୍ଧ ସୂଚନା ପ୍ରଦାନ କରିଥିଲେ । ଧନ୍ଦାମୂଳକ ଶିକ୍ଷା ବଳରେ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବାକୁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । କିପରି ଛାତ୍ରଛାତ୍ରୀଙ୍କୁ ଅଧିକ ସ୍କିଲ କରି ପାରିବା ତାକୁନେଇ ଅନେକ ଉଦାହରଣ ଦେଇଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ଟ୍ରେନର ମାନଙ୍କ ଠାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଶୁଣିବା ସହ ତାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।