ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରୁ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ସେହିପରି ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢୁଛି । ଗତକଲି ଭୁବନେଶ୍ୱର ଦୁଇଜଣ ବାସିନ୍ଦା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଭୁବନେଶ୍ୱର ର ଆଉ ତିନିଜଣ ଆଜି ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ଆଜି ଏହି ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଅପରପକ୍ଷରେ ଆଉ ଜଣେ ନୂତନ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟର କରୋନା ପଜିଟିଭ ସଂଖ୍ୟା ୬୧ରେ ପହଞ୍ଚିଛି । ଏହି ପଜିଟିଭ ଜଣକ ବାଲେଶ୍ଵର ର ୫୮ବର୍ଷୀୟ ବ୍ୟକ୍ତି । ଏହା ବାଲେଶ୍ଵରର ପ୍ରଥମ ପଜେଟିଭ ।

Leave a comment