ଡିଏନ୍ ଗ୍ରୁପର ଦ୍ଵିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ; ଅଧିକ ତଥ୍ୟ ପାଇଁ ଜାରି ରହିଛି ପଚରାଉଚରା
ରାଜଧାନୀରେ ଚାଲିଛି ବଡ଼ ଧରଣର ଆଇଟି ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍ ଗ୍ରୁପରେ ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସାମିଲ ହୋଇଥିଲେ ୭ ଜଣିଆ ଟିମ୍ । ଗତକାଲି ରାତି ସାରା ଚଢ଼ାଉ ଜାରି ରଖିଥିଲା ଆୟକର ବିଭାଗ। ଏବେବି ପୋଷ୍ଟାଲ କଲୋନୀରେ ଜବତ ଟଙ୍କାକୁ ଗଣୁଛି ଆୟକର ବିଭାଗ।
ଜବତ ଟଙ୍କାର ହିସାବ ଆୟକର ବିଭାଗକୁ ଦେଇ ପାରୁନାହାନ୍ତି ଚଦ୍ରଶେଖର ପଣ୍ଡା। ଆଜିବି DN ଗ୍ରୁପର ଅଧିକାରୀଙ୍କୁ ଆୟକର ବିଭାଗର ପଚରା ଉଚୁରା ଜାରି ରହିଛି। ଗତକାଲି ଯେଉଁ ଟଙ୍କା ଜବତ ହୋଇଥିଲା ସେ ନେଇ ଚାଲିଛି ପଚରା ଉଚୁରା ଚାଲିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି ।
IT ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କରୁଛନ୍ତି ପଚରାଉଚରା । ଅତିରିକ୍ତ ନିର୍ଦ୍ଦେଶକ ଗୁରୁପ୍ରୀତ ସିଂଙ୍କ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛନ୍ତି ।ଗତକାଲି ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ତେବେ ଆୟକର ବିଭାଗ ଅଧିକାରୀ ଏସମ୍ପର୍କରେ କିଛି କହି ନାହାନ୍ତି । DN ହୋମସ୍ର ନିର୍ଦେଶକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ କ୍ୱାର୍ଟରରୁ ଆୟକର ବିଭାଗକୁ ନେଇଥିଲେ ଟିମ୍ । କେଉଁଠୁ ଏତେ ଟଙ୍କା ଆସିଲା, କିଏ ଦେଇଥିଲା ଟଙ୍କା । କ’ଣ ପାଇଁ ଟଙ୍କା ଆସିଥିଲା, ଏହାର ହିସାବ ମାଗୁଛି IT ।