ଫେବୃୟାରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ)  : ଆଗାମୀ ବର୍ଷର ପ୍ରଥମ ବିଧାସଭା ଅଧିବେଶନ ଫେବୃୟାରୀ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ମିଳିଛି । ଏହା ବର୍ଷର ପ୍ରଥମ ଅଧିବେଶନ ହୋଇ ଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ।

ଏଥିରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ପୂର୍ବ ବର୍ଷର ସଫଳତା ଏବଂ ଆଗାମୀ ବର୍ଷର ଲକ୍ଷ୍ୟ ସହିତ ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ କହିବେ। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ବିଭିନ୍ନ ବିଭାଗ ସେମାନଙ୍କର ଗତ ବର୍ଷର ସଫଳତା, ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଥିବା ଲକ୍ଷ୍ୟ, ନୀତି ଓ ଆଭିମୁଖ୍ୟ ସମ୍ବଳିତ ସଂକ୍ଷିପ୍ତ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୬, ୨୦୨୦ ସୁଦ୍ଧା ସମସ୍ତ ବିଭାଗ ରିପୋର୍ଟ ପ୍ରଦାନ କରିବାକୁ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ କହିଛନ୍ତି।

Leave a comment