ରାଜ୍ୟରେ ହେବ ପୁଲ କୋଭିଡ-୧୯ ଟେଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଖୁବ୍ ଶୀଘ୍ର ହେବ ପୁଲ କୋଭିଡ-୧୯ ଟେଷ୍ଟ । ଏକାଥରେ ଏକାଧିକ ନମୂନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଗୁରୁବାର ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି,”ଆଗାମୀ ଦିନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଧରଣର ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାଛଡ଼ା ଏବେ ବୁର୍ଲା ମେଡିକାଲ୍‌ରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି। ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି।” ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍‌ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଅବସରରେ ପ୍ରସ୍ତାବ ରଖାଯାଇଛି। ଅନ୍ୟପକ୍ଷରେ ଏହି ବୈଠକରେ ଟ୍ରେନିଂ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କରୋନାର ମୁକାବିଲା ପାଇଁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେସିଂ ଜରିଆରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଥିଲା।

Leave a comment