କଂଗ୍ରେସର ବନ୍ଦ ଡାକରା : ଗାଡ଼ି ଚଳାଚଳ ବନ୍ଦ, ରେଳ ପ୍ରଭାବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି। କଂଗ୍ରେସର ବନ୍ଦ ପାଳନ ଯୋଗୁଁ ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି, ଅଟୋ, ବସ ସେବା ପ୍ରଭାବିତ ହୋଇଛି। ଯାତ୍ରୀମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।
ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ କରିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସକୁ କଂଗ୍ରେସ କର୍ମୀ ଅଟକାଇଛନ୍ତି । ବାଣୀବିହାର ରେଳ ଷ୍ଟେସନରେ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ରେଳରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।